ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ଵର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ମଙ୍ଗଳବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା
ଏହି ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ବରିଷ୍ଠ ଡେପୁଟୀ ନିର୍ବାଚନ କମିସନର (ସିନିଅର ଡିଇସି) ଧର୍ମେନ୍ଦ୍ର ଶର୍ମା, ସିନିଅର ଡିଇସି ନୀତେଶ ବ୍ୟାସ୍ ଏବଂ ଡେପୁଟି ନିର୍ବାଚନ କମିସନର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାଓ୍ୱାରୀ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲୋ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ସଜାଗ ରହିବାକୁ ନିର୍ବାଚନ ଆୟୋଗଙ୍କ ଡେପୁଟି କମିସନର ଗୁରୁତ୍ୱାରୋପ କରିଛନ୍ତିା
ସେହିପରି ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ବୈଠକରେ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବ କିମ୍ବା ଭୋଟରମାନେ ନିଜେ ଭୋଟର ହେଲପ୍ଲାଇନ୍ ଆପ୍ କିମ୍ବା ଏନ୍ଭିଏସ୍ପି ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ଦେବା, ସ୍ଥାନାନ୍ତର ଏବଂ ତ୍ରୁଟି ସଂଶୋଧନ କରିପାରିବୋ ଏକ ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ
କରାଯାଇଛିା
ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଫଟୋ ଭୋଟର ପରିଚୟ ରେଜେଷ୍ଟ୍ରି ଡାକ ଯୋଗେ ଯୋଗାଇ ଦେବା ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ସମୀକ୍ଷା ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତିା ଆମ ରାଜ୍ୟରେ ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରାନିକଟ ଅତୀତରେ ଘରକୁ ଘର ବୁଲି କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ୩୪୫୦୦୦ ଜଣ ମୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ଅଛି। ସେଗୁଡ଼ିକୁ ତୁରନ୍ତ ଭୋଟର ତାଲିକାରୁ ବାଦ୍ ଦେବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାପାଳ, ରାଜସ୍ୱ କମିସନର, ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ରାକେଶ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲୋ