ଫିଲ୍ମ ‘ଧୁମ୍ ଧାମ’ରେ ନଜର ଆସିବେ ୟାମି

ମୁମ୍ଵାଇ ବଲିଉଡ ଅଭିନେତ୍ରୀ ୟାମି ଗୌତମ ତାଙ୍କ ନିର୍ମାତା ସ୍ୱାମୀ ଆଦିତ୍ୟ ଧରଙ୍କ ସହ ଏକ ଫିଲ୍ମରେ କାମ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବ ଶୀଘ୍ର ଫିଲ୍ମ ‘ଧୁମ୍ ଧାମ’ରେ ନଜର ଆସିବେ ବୋଲି ଜଣାପଡିଛି।
ଖବର ଅନୁଯାୟୀ ୟାମିଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧର ଏହି ଫିଲ୍ମ ନିର୍ମାଣ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ପ୍ରସାରିତ ହେବ। ୟାମି ଓ ଆଦିତ୍ୟ ଏକାଠି କାମ କରିବେ। ଅବଶ୍ୟ ଏହା ପ୍ରଥମ ନୁହେଁ ସେମାନେ ପୂର୍ବରୁ ‘ଉରି, ସର୍ଜିକାଲ୍ ଷ୍ଟ୍ରାଇକ୍’ରେ କାମ କରିଛନ୍ତି।
ୟାମିଙ୍କ ଆଗାମୀ ଚଳଚ୍ଚିତ୍ର ‘ଧୁମ୍ ଧାମ’ ସେପ୍ଟେମ୍ବରରେ ଆରମ୍ଭ ହେବ। ଅଧିକାଂଶ ଦୃଶ୍ୟ କାଶ୍ମୀର ଓ ଦିଲ୍ଲୀରେ ସୁଟ କରାଯିବ। ୟାମି ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ଏକ ରାଜନୈତିକ ଥ୍ରୀଲର ହୋଇପାରେ।