ଏ ପକ୍ଷୀକୁ ଛୁଇଁଲେ ମୃତ୍ୟୁ

ଦୁନିଆରେ ଅନେକ କଥା ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଠିକ ସେହିପରି ଏମିତି ଏକ ପକ୍ଷୀ ଅଛନ୍ତି ଯାହାଙ୍କ ପରରେ ରହିଛି ନ୍ୟୁରୋଟକ୍ସିନ୍‌ ନାମକ ବିଷ। ତେଣୁ ଏହି ପକ୍ଷୀକୁ ଛୁଇଁବା ମାତ୍ରେ ମୃତ୍ୟୁ ନିଶ୍ଚିତ ବୋଲି କୁହାଯାଇଛି।

ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ ଅଫ୍ ଡେନ୍‌ମାର୍କର କୁଣ୍ଡ ଜନ୍‌ସନ୍‌ ଦେଇଥିବା ସୂଚନା ହେଲା ସେ ଏପରି ଦୁଇଟି ପକ୍ଷୀ ଚିହ୍ନଟ କରିଛନ୍ତି ଯାହାଙ୍କ ପରରେ ଭୟଙ୍କର ବିଷ ରହିଛି। ନ୍ୟୁ ଗିନି ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀ ବିଷ ଆହରଣ କରି ନିଜକୁ ଅଧିକ ବିଷାକ୍ତ କରିଥାନ୍ତି। ପରରେ ସଂଗ୍ରହ କରି ରଖେ ବିଷ। ସେଥିପାଇଁ ଏହି ପକ୍ଷୀମାନେ ଅନ୍ୟଠାରୁ ଭିନ୍ନ। ଅତୀତରେ ଏକ ଜଙ୍ଗଳ ଟ୍ରିପ୍‌ରେ ଯାଇଥିବା ବେଳେ ଆମେ ଏହା ଜାଣିବାକୁ ପାଇଛୁ ବୋଲି ସେ କହିଛନ୍ତି।

ଘର ଛଟିଆ ପ୍ରଜାତିର ବିଷାକ୍ତ ପକ୍ଷୀ ଇଣ୍ଡୋ ପାସିଫିକ୍‌ ଅଞ୍ଚଳରେ ରହିଥାନ୍ତି। ଏହାକୁ ପଚୀସେଫାଲା ସ୍ଲେଗେଲୀ ଓ ରିଫିନୁଚା ବୋଲି କୁହାଯାଏ। ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ଡାର୍ଟ ଫ୍ରଗ୍‌ରେ ଯେଉଁ ବିଷ ରହିଥାଏ ତାହା ଏହି ପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ରହିଛି। ଯାହାକୁ ଛୁଇଁବା ମାତ୍ରେ ଜୀବନ ଚାଲିଯିବାର ସମ୍ଭାବନା ରହିଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ ଦୀର୍ଘଦିନ ଧରି ଚାଲିଥିବା ଅନୁଧ୍ୟାନରୁ ଜଣାପଡିଛି ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଛି। ଏହି ପକ୍ଷୀଙ୍କ କ୍ଷେତ୍ରରେ ବାତ୍ରାଛୋ ଟକ୍ସିନ୍‌ ଓ ନ୍ୟୁରୋ ଟକ୍ସିନ୍‌ ନାମକ ବିଷ ଦେଖାଯାଏ। ଏହା ଅଧିକ ମାତ୍ରାରେ ସେମାନଙ୍କ ପାଖରେ ଗଚ୍ଛିତ ରହିବା ସହିତ ଗୋଲ୍ଡେନ୍‌ ଫ୍ରଗ୍‌ଙ୍କ ଚମଡ଼ାରେ ମଧ୍ୟ ବିଷ ରହିଥାଏ। ଏହାକୁ ଛୁଇଁବା ମାତ୍ରେ କାର୍ଡିଆକ୍‌ ଆଟାକ୍‌, ମାଂସପେଶୀ ଦୁର୍ବଳ ତଥା ପଚିବା ଆରମ୍ଭ ହୋଇଥାଏ । ଯାହାଫଳରେ ମଣିଷର ମୃତ୍ୟୁ ହୋଇଥାଏ ସୁନିଶ୍ଚିତ।

Leave a Reply

Your email address will not be published. Required fields are marked *

Back to top button