କୁଣ୍ଡଳୀ ଅନୁସାରେ ଧାତୁ ଧାରଣ କରିବା ଉଚିତ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଲୁହା, ତମ୍ବା ଓ ରୁପା ଭଳି ଅନେକ ଧାତୁ ମନୁଷ୍ୟ ଶରୀରର ସନ୍ତୁଳନ ରକ୍ଷାକରେ। ଗ୍ରହର ପ୍ରଭାବ କମ କରିବାରେ ଧାତୁ ସାହାଯ୍ୟ କରିଥାଏ। ଧାତୁ କମ କିମ୍ବା ବେଶୀ ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ସବୁ ଧାତୁ ସମସ୍ତଙ୍କ ପାଇଁ ଭଲ ଫଳ ଦିଏ ନାହିଁ। ମନ ଇଚ୍ଛା ଧାତୁ ଧାରଣ ନକରି କୁଣ୍ଡଳୀ ଅନୁସାରେ ସୁନା, ରୁପା, ତମ୍ବା ଓ ଲୁହା ଆଦି ଧାରଣ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି କେଉଁ ଧାତୁ ଧାରଣ କରିବେ।

ସୁନା – ସୁନା ପିନ୍ଧିଲେ ଶରୀରରେ ଫୁର୍ତି ଆସିବା ସହିତ ମୁହଁର ଚମକ ବଢିଥାଏ। ସୁନା ବୃହସ୍ପତିଙ୍କର ଆଧିପତ୍ୟ। ସେଥିପାଇଁ କୁଣ୍ଡଳୀରେ ବୃହସ୍ପତି ଦୁର୍ବଳ ଥିଲେ ସୁନା ଧାରଣ କରିବା ଉଚିତ।

ରୁପା – ରୁପାରେ ଚନ୍ଦ୍ରଦେବଙ୍କ ପ୍ରଭାବ ରହିଥାଏ। ଯେଉଁମାନଙ୍କ ମନ ବିଚଳିତ ରହେ ବା ମାନସିକ ସ୍ଥିତି ଠିକ ରହେନି ସେମାନେ ରୁପା ମୁଦି କିମ୍ବା ଚେନ ପିନ୍ଧିବା ଉଚିତ। ହାତରେ ରୂପା ମୁଦି ପିନ୍ଧିବା ଦ୍ୱାରା ଶରୀରରେ ହରମୋନର ସନ୍ତୁଳନ ଠିକ ରହେ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଚନ୍ଦ୍ରର ଗ୍ରହଦଶା ଚାଲିଥାଏ ତେବେ ତାଙ୍କୁ ରୂପା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କାଳସର୍ପ ଦୋଷ ଥିବା ବ୍ୟକ୍ତି ରୁପା ପିନ୍ଧିବା ଉଚିତ୍।

ତମ୍ବା – ତମ୍ବା ଶରୀରରେ ରକ୍ତ ସଞ୍ଚାଳନ କରିବାରେ ପ୍ରଭାବୀ। ତମ୍ବାରେ ମଙ୍ଗଳ ଗ୍ରହର ପ୍ରଭାବ ରହିଥିବା ବେଳେ ମହିଳାଙ୍କ ପାଇଁ ଏହା ଅଧିକ ଲାଭକାରୀ। ମାସିକ ଧର୍ମ ସମସ୍ୟାରୁ ମୁକ୍ତି ମିଳିବା ସହିତ ବ୍ରଣ ଭଳି ତ୍ୱଚା ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯେଉଁମାନଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ହୁଏ ସେମାନେ ତମ୍ବା ପିନ୍ଧିବା ଉଚିତ। ମଙ୍ଗଳଙ୍କ ପ୍ରତିନିଧି ରତ୍ନ ମୁଙ୍ଗାର ଗଣେଶ ତମ୍ବା ଚେନରେ ଧାରଣ କଲେ ଧନ ସମ୍ପତ୍ତି ବୃଦ୍ଧି ଏବଂ ଋଣ ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଲୁହା – ଶନିଙ୍କ ଧାତୁ ଲୁହା। କୌଣସି ବ୍ୟକ୍ତି ବାରମ୍ବାର ଆଘାତପ୍ରାପ୍ତ, ହଠାତ ତାଙ୍କର ଧନ ଖର୍ଚ୍ଚ, ରୋଗରେ ପଡୁଥିଲେ କିମ୍ବା ବ୍ୟବସାୟରେ କ୍ଷତି ହେଉଥିଲେ ଲୁହା ମୁଦି ପିନ୍ଧିବା ଉଚିତ। ଏସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ଲୁହା ମୁଦି।

ବ୍ରୋଞ୍ଜ – ବ୍ରୋଞ୍ଜର ଆଭୂଷଣ ପିନ୍ଧାଯାଏ ନାହିଁ। କିନ୍ତୁ ଏହା ଶରୀରର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ବ୍ୟକ୍ତିର ସ୍ନାୟୁ ପ୍ରଣାଳୀ ଉପରେ ବ୍ରୋଞ୍ଜର ପ୍ରଭାବ ପଡିଥାଏ। ଏହାର ବବ୍ୟବାର ଦ୍ୱାରା ବ୍ୟକ୍ତିର ସ୍ନାୟୁ ଓ ମାଂସପେଶୀ ସଂପୂର୍ଣ୍ଣ ଭଲ ରହିଥାଏ। ତେଣୁ କୁହାଯାଇଛି ସପ୍ତାହରେ ଅତି କମରେ ଦୁଇଦିନ ବ୍ରୋଞ୍ଜ ଗ୍ଲାସରେ ପାଣି ପିଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button