ଏନଡିଏରୁ ସମ୍ପର୍କଚ୍ଛିନ୍ନ କଲା ଏଆଇଏଡିଏମକେ

ମୁମ୍ବାଇ : ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ ବା ଏଆଇଏଡିଏମକେ ଆଜି ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କଚ୍ଛିନ୍ନ କରିବାକୁ ଘୋଷଣା କରିଛି। ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି।

ଖବର ଅନୁଯାୟୀ ଏଆଇଏଡିଏମକେ ପକ୍ଷରୁ କୁହାଯାଇଛି ଗତ ଏକବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ସାଧାରଣ ସମ୍ପାଦକ ଇପିଏସ୍ (ଇଡାପାଡି ପଲାନିସ୍ୱାମୀ) ଓ କର୍ମୀମାନଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ଦଳର ସାଧାରଣ ସମ୍ପାଦକ ଇ.କେ. ପାଲାନିସ୍ଵାମୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଦୁଇ କୋଟି କର୍ମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏଆଇଏଡିଏମକେ ଆଜିଠାରୁ ଏନଡିଏରୁ ଓହରିଯିବ। ୨୦୨୪ ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଏକ ଭିନ୍ନ ମୋର୍ଚ୍ଚାର ନେତୃତ୍ୱ ନେବ ବୋଲି କୁହାଇୟାଇଛି।

ସୂଚନାଯୋଗ୍ୟ ବିଜେପିର ତାମିଲନାଡୁ ସଭାପତି ଆନ୍ନାଦୁରାଇ ଏଆଇଏଡିଏମକେ ନେତାମାନଙ୍କୁ ସମାଲୋଚନା କରିବା ପରେ ଦଳରେ ଅସନ୍ତୋଷ ବଢିଚାଲିଥିଲା। ତେଣୁ ଦଳ ଏନଡିଏରୁ ଅଲଗା ହେବା ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଶନିବାର ଦିଲ୍ଲୀରେ ଏଆଇଏଡିଏମକେକୁ ବୁଝାଇବାକୁ ବିଜେପି ପ୍ରୟାସ କରିଥିଲା। ହେଲେ ଏଆଇଏଡିଏମକେ ଜିଦରେ ଅଟଳ ରହିବା ସହ ଆନ୍ନାମଲାଇ କ୍ଷମା ମାଗନ୍ତୁ କିମ୍ବା ତାଙ୍କ ବଦଳରେ ଜଣେ ଅଣ ବିବାଦୀୟ ନେତାଙ୍କୁ ବିଜେପି ତାମିଲନାଡୁ ମୁଖ୍ୟ କରୁ ବୋଲି ଦାବି ରଖିଥିଲା। ଏନେଇ ବିଜେପି ପକ୍ଷରୁ କୌଣସି ପଦକ୍ଷେପ ନନେବାରୁ ଏଆଇଏଡିଏମକେ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Back to top button