ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳପଡ଼ିଆରୁ ବ୍ରାଉନସୁଗାର ଜବତ

ବ୍ରହ୍ମପୁର : ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳପଡ଼ିଆରେ ବ୍ରାଉନସୁଗାର ବିକ୍ରି କରୁଥିବା ୨ଜଣକୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୮ଗ୍ରାମ ୯୫ ମିଲିଗ୍ରାମ ବ୍ରାଉନସୁଗାର, ଗୋଟିଏ ମୋବାଇଲ ଓ ୪୨୭୦ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ ଓ ଋତୁରଞ୍ଜନ ନିମାଇ ଓରଫ୍ ଚିକୁ। ରଞ୍ଜନଙ୍କ ନାଁ’ରେ ସହରର ବିଭିନ୍ନ ଥାନାରେ ୮ଟି ଅପରାଧିକ ମାମଲା ଓ ଋତୁରଂଜନ ନାମରେ ବଡ଼ବଜାର ଥାନା ଅଂଚଳରେ ଗୋଟିଏ ମାମଲା ଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button