ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା
![ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା 1 janatakhabar.in](https://janatakhabar.in/wp-content/uploads/2023/05/dead_body_-0.jpg)
ବ୍ରହ୍ମପୁର : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା। ଏହି ଘଟଣା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରେ ଘଟିଛି। ମୃତକଜଣକ ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ବାହୁଡ଼ା ସାହୁ। ପୋଲିସ ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଖବର ଅନୁଯାୟୀ ବାହୁଡ଼ା ଗତ ତିନିଦିନ ହେଲା ଶିକୁଳା, ସମା ଓ ଚିଙ୍ଗୁଡ଼ିଘାଇ ଗ୍ରାମରେ ବୁଲୁଥିଲେ। ଆଜି ଭୋର୍ରେ ସେ ଚିଙ୍ଗୁଡ଼ିଘାଇ ଗ୍ରାମ ନିକଟରେ ବୁଲୁଥିବା ଦେଖି ଲୋକମାନେ ଚୋର ସନ୍ଦେହରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।