ଟଙ୍କା ପାଇଁ ନାବାଳକକୁ ହତ୍ୟା, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲର ମୃତଦେହ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିବା ଝାରସୁଗୁଡ଼ା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ପରମାର କହିଛନ୍ତି ସମର୍ଥ ଅଗ୍ରୱାଲ ସୋମବାର ସନ୍ଧ୍ୟା ସାଢ଼େ ୫ଟାରେ ସରବାହାଲ ହାଇସ୍କୁଲ ପଡ଼ିଆକୁ ଖେଳିବାକୁ ଯାଇ ବିଳମ୍ବିତ ସନ୍ଧ୍ୟା ଯାଏଁ ଘରକୁ ଫେରି ନଥିଲା। ପରିବାର ଲେକେ ଆଖପାଖ ଅଞ୍ଚଳରେ ଖୋଜା‌ଖୋଜି କରି ପାଇ ନଥିଲେ। ଫୋନ୍‌ କରାଯାଇଥିଲେ ମଧ୍ୟ ସମର୍ଥ ଉଠାଇ ନଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ‌ଦୁର୍ବୃତ୍ତମାନେ ଅପହରଣ କରିଥିବା ନେଇ ପରିବାର ଲୋକଙ୍କୁ ଫୋନ୍‌ କରି କହିବା ସହିତ ୫୦ ଲକ୍ଷ ଟଙ୍କା ମାଗିଥିଲେ ମିଳିଲେ। ଧମକପୂର୍ଣ୍ଣ କଲ୍‌ ପାଇଲା ପରେ ପରିବାର ଲୋକେ ଘଟଣା ଦିନ ରାତି ୯ଟାରେ ପୁଲିସକୁ ଜଣାଇଥିଲେ।

ଅଭିଯୋଗ ଅନୁସାରେ ସମର୍ଥ ଅଗ୍ରୱାଲକୁ ‌ଉଦ୍ଧାର କରିବା ପାଇଁ ଝାରସୁଗୁଡ଼ା ପୋଲିସ ୩ଟି ସ୍ଵତନ୍ତ୍ର ଟିମ୍‌ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପଡୋଶୀ ଜିଲ୍ଲାକୁ ଯାଇ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। କିନ୍ତୁ ପୋଲିସ ଟିମ୍‌କୁ ମାର୍ଚ୍ଚ ୨୮-୨୯ ତାରିଖ ରାତିରେ ସୂଚନା ମିଳିଥିଲା ଅପହରଣ ଘଟଣାରେ ସମର୍ଥଙ୍କ ସଂପର୍କୀୟ ତଥା ଝାରସୁଗୁଡ଼ା ବିଜୁନଗର ନିବାସୀ ଅମିତ ଶର୍ମା ଓ ବ୍ରଜରାଜନଗର ଗାନ୍ଧିଛକ ନିବାସୀ ଦିନେଶ ଅଗ୍ରୱାଲ ସାମିଲ ଅଛନ୍ତି। ତଦନ୍ତରୁ ଜଣାପଡ଼ିଲା ଅମିତ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ।

Leave a Reply

Your email address will not be published. Required fields are marked *

Back to top button