ଠକକୁ ଧରିଲା ଏସଟିଏଫ

ଭୁବନେଶ୍ୱର : କିଶୋର କୁମାର ମିଶ୍ର ନାମକ ବ୍ୟକ୍ତି ନିଜକୁ ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ଠକକୁ ଆଜି ଏସଟିଏଫ ଗିରଫ କରିଛି।
ଖବର ଅନୁଯାୟୀ କିଶୋର କୁମାର ମିଶ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା। ତାଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ। ସେଠାରେ ସାଧାରଣ ଲୋକ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ। ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ଜବତ କରିଛି। ସେହିପରି ୨ରୁ ୩ ବର୍ଷ ଧରି କିଶୋର ଏହି କାରବାର କରୁଥିବାବେଳେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଥିବାର ଜଣାପଡିଛି।