ମୋରଦାବାଦ : ଉତ୍ତରପ୍ରଦେଶ ମୋରଦାବାଦର ଦଳପାଟପୁର-କାଶୀପୁର ରାସ୍ତାର ଖାଇରଖାତା ଗାଁ ନିକଟରେ ଏକ ଯାତ୍ରୀବାହୀ ପିକ୍ଅପ୍କୁ ଧକ୍କା ଦେଇଛି ଟ୍ରକ୍ଧ। ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୧୩ ଜଣ ଗୁରୁତର ହୋଇଛନ୍ତି।
ଖବର ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ପିକ୍ଅପରେ ଗୋଟିଏ ପରିବାରର ସଦସ୍ୟମାନେ ବାହାଘର ଉତ୍ସବକୁ ଭୋଜି ଖାଇବା ପାଇଁ ଯାଉଥିଲେ। ହେଲେ ଦୃତଗତିରେ ଆସୁଥିବା ଟ୍ରକ୍ଟି ପିକ୍ଅପ ଉପରେ ଚଢ଼ି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଖବର ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ ପିକ୍ଅପ ଭିତରେ ଚାପି ହୋଇ ରହିଥିବା ଲୋକମାନଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା। ସେହିପରି ଟ୍ରକ୍ରେ ଥିବା ଲୋକେ ମଧ୍ୟ ମୃତାହତ ହୋଇଥିବା ଜଣାପଡିଛି।