ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
![ବିଜେପି ନେତାଙ୍କୁ ଗୁଳିକରି ହତ୍ୟା 1 janatakhabar.in](https://janatakhabar.in/wp-content/uploads/2023/04/b-j-009-780x470.jpg)
ଦ୍ୱାରକା : ନଫଜଗଡ଼ ଅଞ୍ଚଳର ବିଜେପି ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲାଙ୍କୁ ଗୁଳିକରି ହତ୍ୟା ଆରାଯାଇଛି। ଏହି ଘଟଣା ବିନ୍ଦାପୁର ଥାନା ଅଞ୍ଚଳରେ ଘଟିଛି।
ଖବର ଅନୁଯାୟୀ ଗୁରୁବାର ରାତି ପ୍ରାୟ ସାଢେ ୮ଟାରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ କିଛି ଅଜ୍ଞାନ ବାଇକ୍ ଚାଳକ ସେଠାରେ ପହଞ୍ଚି ଅତର୍କିତ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ସୁରେନ୍ଦ୍ର କୁମାର ଟଳି ପଡ଼ିବାରୁ ବାଇକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦ୍ୱାରକା ଡିଏସ୍ପି କହିଛନ୍ତି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା ଆଉ କିଛି କାରଣ ରହିଛି ତାହାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।