ପୌରଣିକ ତଥ୍ୟ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ପ୍ରଥମ ଅବତାର ହେଉଛି ମତ୍ସ୍ୟ ଅବତାର। ସୃଷ୍ଟି ଅନ୍ତ ଅର୍ଥାତ ପ୍ରଳୟ ଆସିବା ପୂର୍ବରୁ ଭଗବାନ ବିଷ୍ଣୁ ଏହି ଅବତାର ହୋଇଥିଲେ।
ଭାଗବତ ପୁରାଣରେ କୁହାଯାଇଛି ସତ୍ୟବ୍ରତ ମନୁ ଭଗବାନ ବିଷ୍ଣୁ ଓ ଧର୍ମାତାଙ୍କର ଭକ୍ତ ଥିଲେ। ଥରେ ସତ୍ୟବ୍ରତ ମନୁ ନଦୀ ତଟକୁ ପୂଜା ଓ ତର୍ପଣ କରିବାକୁ ଯିବା ସମୟରେ ତାଙ୍କ କମଣ୍ଡୁଳରୁ ଜଳ ନଦୀର ଧାରାରେ ବୋହି ଏକ ଛୋଟ ସୁନା ମାଛ ବାହାରିଥିଲା। ମନୁ ସେହି ଛୋଟ ମାଛଟିକୁ ନେଇ ନିଜ ରାଜମହଲକୁ ଚାଲି ଆସିଥିଲେ। ତା’ପରଦିନ ମାଛଟି ଏତେ ବଡ ହୋଇଯାଇଥିଲା ଯେ ମାଛଟିକୁ ପୋଖରୀରେ ରଖିବାକୁ ପଡ଼ିଥିଲା। ତା’ ପରଦିନ ପୁଣି ମାଛଟି ପୋଖରୀରେ ରହିନପାରିବାରୁ ନଦୀରେ ଛଡାଯାଇଥିଲା। ସେହି ସମୟରେ ମନୁ ମାଛଟିକୁ କହିଥିଲେ ଆପଣ ଅସାଧାରଣ। ଦୟାକରି ଆପଣ ନିଜର ପରିଚୟ ଦିଅନ୍ତୁ।
ଭଗବାନ ବିଷ୍ଣୁ ମାଛରେ ପ୍ରକଟ ହେବା ସହ କହିଥିଲେ ଆଜିଠାରୁ ସାତ ଦିନ ପରେ ପ୍ରଳୟ ଆସିବ। ସୃଷ୍ଟିର ରକ୍ଷା ପାଇଁ ମୁଁ ଏହି ଅବତାର ଧାରଣ କରିଛି। ଆପଣ ଗୋଟିଏ ବଡ ଡଙ୍ଗା ତିଆରି କରନ୍ତୁ। ସେଥିରେ ସମସ୍ତ ପ୍ରକାର ଔଷଧ ଓ ଖାଦ୍ୟ ପଦାର୍ଥ ରଖିଦିଅନ୍ତୁ। କାରଣ ପ୍ରଳୟ ପରେ ମଧ୍ୟ ପୁଣି ଥରେ ସୃଷ୍ଟିର ନିର୍ମାଣ କାର୍ଯ୍ୟ ପୂରଣ ହୋଇପାରିବ।
ପ୍ରଳୟ ହେବା ପୂର୍ବରୁ ଭଗବାନ ସତ୍ୟବ୍ରତଙ୍କ ପାଖକୁ ଆସି କହିଥିଲେ ଆପଣ ନିଜ ଡଙ୍ଗାକୁ ମୋ ଶୁଣ୍ଢରେ ବାନ୍ଧି ଦିଅନ୍ତୁ। ଏହିକଥା ଶୁଣି ସତ୍ୟବ୍ରତ ପରିବାର ସହ ଡଙ୍ଗାରେ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ, ଔଷଧ ଓ ବୀଜ ନେଇ ପ୍ରଳୟ କାଳ ଅନ୍ତ ହେବା ସହ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ସାହାରରେ ମହସାଗରରେ ରହିଥିଲେ। ମତ୍ସ୍ୟ ଅବତାରରେ ଭଗବାନ ଚାରଟି ବେଦକୁ ନିଜର ମୁହଁରେ ରଖିଥିଲେ ଏବଂ ଯେତେବେଳେ ସୃଷ୍ଟି ପୁନଃ ନିର୍ମାଣ ହୋଇଥିଲା ସେତେବେଳେ ଭଗବାନ ବ୍ରହ୍ମାଙ୍କୁ ବେଦ ହସ୍ତାନ୍ତର କରିଥିଲେ। ଏହିପରି ଭାବେ ଭଗବାନ ବିଷ୍ଣୁ ପ୍ରଳୟ କାଳ ଠାରୁ ଆରମ୍ଭ କରି ସୃଷ୍ଟିକୁ ପୁଣି ଥରେ ନିର୍ମାଣ କରିବାର କାର୍ଯ୍ୟ ପୂରଣ କରିଥିଲେ।