ମହଙ୍ଗା ହେଲା ପାହାଳ ମିଠା

ଭୁବନେଶ୍ଵର : କ୍ଷୀର ଓ ଛେନା ଦର ମୂଲ୍ୟ ବୃଦ୍ଧିର ପ୍ରଭାବ ମିଠା ଉପରେ ପଡ଼ିଛି। ମହଙ୍ଗା ହୋଇଛି ପାହାଳ ରସଗୋଳା। ଏଥିସହ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବାକୁ ପାହାଳ ମିଠା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।

ଖବର ଅନୁଯାୟୀ ମଙ୍ଗଳବାର ଠାରୁ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ। ଯେଉଁ ରସଗୋଲା ୫ ଟଙ୍କାରେ ଗ୍ରାହକ ନେଉଥିଲେ ଏବେ ୬ଟଙ୍କା ଦେବାକୁ ପଡିବ। ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା ଓ ୨୦ ଟଙ୍କିଆ ରସୋଗଲା ୨୫ ଟଙ୍କାରେ ବିକ୍ରିହେବ। ଏହାଛଡା ଛେନାଗଜା କିଲୋ ୨ ଶହ ବଦଳରେ ୨୨୦ ଓ ଛେନାପୋଡ ୨୫୦ ପରିବର୍ତ୍ତେ ୨୮୦ ଟଙ୍କାରେ ବିକ୍ରି ହେବ। କ୍ଷୀର ଓ ଛେନା ସହ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ଦର ବଢାଇବା ଅପରିହାର୍ଯ୍ୟ ବୋଲି ମିଠା ବ୍ୟବସାୟୀ ସଂଘ ଯୁକ୍ତି ରଖିଛି।

Leave a Reply

Your email address will not be published. Required fields are marked *

Back to top button