ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶା’ ନିର୍ଦ୍ଦେଶକଙ୍କୁ ଗୁଳିକରି ହତ୍ୟା

ରାୟଗଡ଼ା : ଗୁଣପୁରର ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶା’ର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
ଖବର ଅନୁଯାୟୀ ଶନିବାର ରାତିରେ ‘ଆଶା’ର ନିର୍ଦ୍ଦେଶକ ଗୌରୀ ମିଶ୍ର ବାଇକରେ ଚଳଉଥିବା ବେଳେ କେହି ଗୁଳିକରି ହତ୍ୟା କରିଛି। ବଂଶଧାରା ପୋଲ ଉପରେ ସେ ପଡ଼ିଥିଲେ। ତାଙ୍କ ମୁହଁରେ ଗୁଳି ବାଜିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁଣପୁର ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୌରୀ ମିଶ୍ରଙ୍କୁ କିଏ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛି।