୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ କେହି ମନା କରିପାରିବେନି

ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ୍‌ ଆମେ ପ୍ରସାରଣରୁ (ବଜାରରୁ) ପ୍ରତ୍ୟାହାର କରି ନେଉଥିଲେ ହେଁ ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦ୍ଦେଶ ମୁତାବକ ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ କେହି ମନା କରିପାରିବେ ନାହିଁ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ।

ସେ କହିଛନ୍ତି ୨୦୦୦ ଟଙ୍କିଆ ନୋଟ୍‌ ପ୍ରତିବଦଳ କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଛି। ଗ୍ରାହକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସୂଚନାଯୋଗ୍ୟ ରିଜର୍ଭ ବ୍ୟାଙ୍କ୍‌ ଜାରି କରିଥିବା ବିଜ୍ଞପ୍ତିରେ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କରେ ପ୍ରତିବଦଳ କିମ୍ବା ଜମା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *

Back to top button