୩୫ବର୍ଷ ପରେ ବିମାନ ଭିତରୁ ମିଳିଲା ୯୨ଟି ନର କଙ୍କାଳ

ବିଶ୍ୱରେ ଅନେକ ଆଶ୍ଚର୍ଯ୍ୟ ରହିଛି ଯାହା ସମ୍ପର୍କରେ ବିଜ୍ଞାନ ପାଖରେ କୌଣସି ସୂଚନା ନାହିଁ। ଏହାର ଏକ ଉଦାହରଣ ଦେଉଛି ସାଣ୍ଟିଆଗୋର ବିମାନ-୫୧୩ । ମଝି ଆକାଶରୁ ଉଭାନ ଓ ୩୫ ବର୍ଷ ପରେ ଅଚାନକ ଅବତରଣ। ଯାହା ଉପରୁ ଆଜିଯାଏ ପରଦା ହଟିପାରି ନାହିଁ।

ଖବର ହେଲା ଜର୍ମାନର ଖବର କାଗଜ ସୂଚନା ଅନୁଯାୟୀ ୧୯୫୪ ମସିହାରେ ଏକ ବିମାନ-୫୧୩ ଜର୍ମାନୀର ସାଣ୍ଟିଆଗୋରୁ ୯୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ଏହାର କିଛି ସମୟ ପରେ ସେ କଣ୍ଟ୍ରୋଲରୁମର ରାଡାରରୁ ବାହାରି ଯିବାରୁ ବିମାନଟିକୁ ଟ୍ରାକ୍ କରିବା ସମ୍ଭବପର ହୋଇନଥିଲା । କଣ୍ଟ୍ରୋଲ ରୁମ ଠାରୁ ବିମାନରେ ଥିବା ଯାତ୍ରୀଙ୍କ ପରିବାର ସବୁ ଆଶା ଛାଡି ଦେଇଥିଲେ । ହେଲେ ୧୯୮୯ରେ ଜର୍ମାନର ଏକ ଖବର କାଗଜରେ ଖବର ଛପାଗଲା ୧୯୫୦ ମସିହାରେ ବ୍ରାଜିଲର ଏକ ବିମାନ ବନ୍ଦରରେ ବିମାନଟି ଅବତରଣ କରିଛି। ଆଉ ଏହା ଭିତରେ ରହିଛି ୯୨ ଯାତ୍ରୀଙ୍କ କଙ୍କାଳ।

ଆଶ୍ଚର୍ଯ୍ୟ କଥା ହେଲା ବିମାନଟି ୩୫ ବର୍ଷ ପୂର୍ବେ ଫ୍ରାନ୍ସରୁ ନିଖୋଜ ହୋଇଯାଇଥିଲା। ହେଲେ ବ୍ରାଜିଲ ବିମାନ ବନ୍ଦରରେ ଅଚାନକ ଅବତରଣ କରିବା ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଅନୁମତି ନେଇଥିଲା କିମ୍ବା ଏଟିସିକୁ ଅବତରଣ ବାବଦରେ ସୂଚନା ନଥିଲା। ଏହାପରେ ବିମାନ ବନ୍ଦର ସୁରକ୍ଷା କର୍ମଚାରୀମାନେ ବିମାନ ନିକଟରେ ପହଂଚି ଦେଖିଲେ ତା’ ଭିତରେ କେବଳ ୯୨ଟି କଙ୍କାଳ ରହିଛି। ଯାହା ସୁରକ୍ଷାକର୍ମୀଙ୍କୁ ଚକିତ କରିଦେଇଥିଲା।

ହେଲେ କିଛି ଲୋକ କହନ୍ତି ବିମାନଟି ସମୟର ଭଉଁରୀ ଭିତରେ ଫଶି ଯାଇଥିଲା। ଏହା କେବଳ ଆଲୋଚନା। ସତ କ’ଣ କାହାରିକୁ ଜଣାନାହିଁ। ଫଳରେ ଘଟଣାଟି ଆଜିବି ରହସ୍ୟ ହୋଇ ରହିଛି।

Leave a Reply

Your email address will not be published. Required fields are marked *

Back to top button