ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ ପାଇଁ ପିଏଲଏ ଅସମର୍ଥ

ବେଜିଂ : ବିଶ୍ୱରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ସାମରିକ ଶକ୍ତି ବୃଦ୍ଧି କରିଚାଲିଛି ଚୀନ। କିନ୍ତୁ ଆମେରିକାର ମାଗାଜିନ୍‌ ନ୍ୟାସନାଲ୍‌ ଇଣ୍ଟରେଷ୍ଟରେ ପ୍ରକାଶ ପାଇଛି ଚୀନର ପିଏଲଏ ସୈନିକ ପାହାଡ଼ ଚଢ଼ିବାରେ ଅସମର୍ଥ।

ନ୍ୟାସନାଲ୍‌ ଇଣ୍ଟରେଷ୍ଟ ରିପୋର୍ଟରେ କୁହାଯାଇଛି ଚୀନ ସେନା ଉଚ୍ଚ ସ୍ଥାନରେ ଯୁଦ୍ଧ କରିପାରିବ ନାହିଁ। ଆଧୁନିକ ଯୁଦ୍ଧାସ୍ତ୍ର ଥିବା ସତ୍ତ୍ୱେ ସେନା ଦୁର୍ବଳ। ଉଚ୍ଚ ସ୍ଥାନକୁ ନିଜର ଯୁଦ୍ଧାସ୍ତ୍ର ପଠାଇବାରେ ଚୀନ ପାଖରେ ସେମିତି କିଛି ସୁବିଧା ନାହିଁ। ଯଦି ସାମ୍ନାସାମ୍ନି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ଡ୍ରାଗନ ସେନା ପରାଜୟ ସ୍ୱୀକାର କରିବ।

ଅନ୍ୟପକ୍ଷରେ ଚୀନ ନିଜର ଦୁର୍ବଳତାକୁ ଲୁଚାଇବାକୁ ଶକ୍ତି ପ୍ରଦର୍ଶନ କରୁଛି। ନିକଟରେ ଗ୍ଳୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଚୀନ ସେନା ପଶ୍ଚିମ ଇଲାକାରେ ରକେଟ ଓ ଯୁଦ୍ଧାସ୍ତ୍ରର ଟେଷ୍ଟିଂ କରିଛି। ଏଥିରେ ପିଏଚଏଲ୍‌-୧୧ ମଲ୍ଟି ରକେଟ୍‌ ଲଞ୍ଚର, ପିଏଚଏଲ୍‌-୦୩ ଲଙ୍ଗ ରେଞ୍ଜ ରକେଟ ଲଞ୍ଚର ଓ ପିସିଏଲ୍‌ ତୋପ ସାମିଲ ରହିଛି। ହେଲେ ପାହାଡ଼ିଆ ଅଞ୍ଚଳକୁ ଯୁଦ୍ଧାସ୍ତ୍ର ପହଞ୍ଚାଇବା ପାଇଁ ଚିନୁକ ଭଳି ହେଲିକପ୍ଟରର ଆବଶ୍ୟକତା ରହିଛି। ଚୀନ ପାଖରେ ଯେଉଁ ହେଲିକପ୍ଟର ଅଛି ତାହା ୨୦ ହଜାର ପାଉଣ୍ଡ ଭାର ଉଠାଇବାକୁ ସକ୍ଷମ। କିନ୍ତୁ ଆମେରିକାର ଚିନୁକ୍‌ ହେଲିକପ୍ଟର ୫୦ ହଜାର ପାଉଣ୍ଡ ଓଜନର ଯୁଦ୍ଧାସ୍ତ୍ର ବୋହିବାର କ୍ଷମତା ରହିଛି। ତେଣୁ ଚୀନ ସେନା ଉପରେ ଭାରତ ଭାରି ପଡ଼ିବ। କାରଣ ଭାରତ ପାଖରେ ୨୨ ଆପାଚେ ଓ ୧୫ ଚିନୁକ୍‌ ହେଲିକପ୍ଟର ରହିଛି।

Leave a Reply

Your email address will not be published. Required fields are marked *

Back to top button