୮୯୦ଟି ଷ୍ଟେଟ ବ୍ୟାଙ୍କ ଶାଖାରେ ବଦଳ ହୋଇପାରିବ ୨୦୦୦ ଟଙ୍କା ନୋଟ୍

ଭୁବନେଶ୍ଵର : ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଲାଇ ପାରିବେ। ଏହି ସୂଚନା ଦେଇଛନ୍ତି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା।

ଶ୍ରୀ ଶର୍ମା କହିଛନ୍ତି ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଞ୍ଜ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ଅଛି। ତେଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ସେମାନେ ଥରକେ ୨୦ ହଜାର ଟଙ୍କା ଯାଏ ବଦଳ କରିପାରିବେ। ଏହି ପ୍ରକ୍ରିୟାରେ ସେମାନେ ଧାଡ଼ିରେ ରହି ଏକାଧିକ ଥର ୨୦୦୦ଟଙ୍କା ବଦଳାଇବା ସହିତ ବ୍ୟାଙ୍କ ଆସି ମେସିନରେ ୨୦୦୦ଟଙ୍କା ଜମା କରି ପାରିବେ।

ସେ କହିଛନ୍ତି କେତେକ ଷ୍ଟେଟ ବ୍ୟାଙ୍କ ଶାଖାରେ ସ୍ଵତନ୍ତ୍ର କାଉଣ୍ଟର ଖୋଲାଯାଇ ନୋଟ୍ ଏକ୍ସଚେଞ୍ଜର ସୁବ୍ୟବସ୍ଥା କରାଯାଇଛି। ଏଥିପାଇଁ ବହୁତ ସମୟ ରହିଛି। ବ୍ୟସ୍ତ ବିବ୍ରତ ନ ହୋଇ ଲୋକେ ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବେ।

Leave a Reply

Your email address will not be published. Required fields are marked *

Back to top button