ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ, ୫ଟି ଜିଲ୍ଲାର ଏସ୍‌ପି ବଦଳିଲେ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ୫ ଜଣ ଏସ୍‌ପିଙ୍କ ସମେତ ୧୮ ଜଣ ଆଇପିଏସ୍‌ ଅଧିକାରୀଙ୍କର ବଦଳି କରିଛନ୍ତି। ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କର ଅଗ୍ନିଶମ ଓ ହୋମଗାର୍ଡ ଡିଜି ସହ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଅବକାରୀ କମିଶନର ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କୁ କେନ୍ଦ୍ରାଂଚଳ ଆଇଜି ସହ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ ଆଇଜି ଦାୟିତ୍ୱ ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ବ୍ୟାଚ୍ ଆର କେ ଶର୍ମାଙ୍କୁ ଅତିରିକ୍ତ ଡିଜିପି ମୁଖ୍ୟାଳୟ ଭାବେ ବଦଳି ହୋଇଥିବାବେଳେ ୧୯୯୭ ବ୍ୟାଚ୍ ସଞ୍ଜୟ କୁମାରଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସହ କମ୍ୟୁନିକେସନ୍ ଅତିରିକ୍ତ ଡିଜିପି ଦାୟିତ୍ଵ ମିଳିଛି।

ସେହିପରି ୧୯୯୮ ବ୍ୟାଚ୍ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଡିଜି ଅପରେସନ୍ ଦାୟିତ୍ୱରେ ଥିଲେ। ୧୯୯୮ ବ୍ୟାଚ୍ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କୁ ଅତିରିକ୍ତ ଡିଜି ଅପରେସନ୍ ଭାବେ ବଦଳି ହୋଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍ ଦୟାଲ ଗଙ୍ଗୱାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି, ୧୯୯୮ ବ୍ୟାଚ୍ ଆଇପିଏସ ରାଜେଶ କୁମାରଙ୍କୁ ଅତିରିକ୍ତ ଡିଜି,ଆଧୁନିକୀକରଣ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳଙ୍କର ଅବକାରୀ କମିଶନର ଭାବେ ବଦଳି ହୋଇଥିବାବେଳେ ସେଠାରେ ଆଶୀଷ ସିଂଙ୍କୁ କେନ୍ଦ୍ରାଂଚଳ ଆଇଜି ଓ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ରାଜେଶ ପଣ୍ଡିତଙ୍କର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ବଦଳି ହୋଇଛି। ଅଖିଳେଶ୍ୱର ସିଂଙ୍କୁ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ ଡିଆଇଜି ଭାବେ ବଦଳି କରାଯାଇଛି। ଶ୍ରୀ ସିଂ ଏବେ ସ୍ପେଶାଲ ଆମର୍ଡ ଫୋସ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ। ସି ଏସ୍ ମୀନାଙ୍କର କୋରାପୁଟ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ଭାବେ ବଦଳି ହୋଇଛି।

ଏମାନଙ୍କ ବ୍ୟତୀତ କେନ୍ଦୁଝର ଏସପି ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କର ରାଉରକେଲା ଏସପି ଭାବେ ବଦଳି ହୋଇଛି। ସମ୍ବଲପୁର ଏସପି ବି ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ରାଉରକେଲା ଏସପି ମୁକେଶ କୁମାର ଭାମୋଙ୍କୁ ସମ୍ବଲପୁର ଏସପି ଦାୟିତ୍ଵ ମିଳିଛି। ବଲାଙ୍ଗିର ଏସପି କୁସାଲକାର ନିତିନ୍ ଦାଗଡୁଙ୍କୁ କେନ୍ଦୁଝର ଏସପି ଓ ଖିଲାରୀ ରିଷିକେଶଙ୍କର ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି। ଶ୍ରୀ ରିଷିକେଶ ଏବେ ମୟୂରଭଞ୍ଜ ଏସପି ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button