ଏଣିକି ଫୋନ୍‌ ଷ୍ଟୋରେଜ୍‌ ଆଉ ଫୁଲ୍‌ ହେବନି

ଫୋନ୍‌ ଷ୍ଟୋରେଜ୍‌ ଏଣିକି ଆଉ ଫୁଲ୍‌ ହେବନି। ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଗୁଗଲ୍‌ ଏପରି ଏକ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ରହିଛି ଅଟୋ-ଆର୍କାଇଭ୍‌ । ଏକ ବ୍ଲଗ୍‌ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଖବର ଅନୁଯାୟୀ ଅଟୋ-ଆର୍କାଇଭ୍‌ ଏକ ନୂଆ ଫିଚର। ଏହାଦ୍ୱାରା ଅବ୍ୟବହୃତ ଆପ୍‌ ସମ୍ପୂର୍ଣ୍ଣ ଅନ୍‌ଇନ୍‌ଷ୍ଟଲ୍‌ ନହୋଇ ଡିଭାଇସ୍‌ରେ ଷ୍ଟୋରେଜ୍‌ ଖାଲି ହୋଇପାରିବ। ଗୁଗଲ୍‌ର କହିଛି ୟୁଜର ଥରେ ଅପ୍‌ସନ୍‌ ବାଛିଲେ ସ୍ପେସ୍‌ ଖାଲି କରିବା ପାଇଁ କମ୍‌ ବ୍ୟବହୃତ ଆପ୍‌ ଗୁଡ଼ିକୁ ଡିଭାଇସ୍‌ରୁ ହଟିବା ସହିତ ଆପ୍‌ ଆଇକନ୍‌ ଓ ଆପ୍‌ ଡାଟା ସେଭ୍‌ ହୋଇପାରିବ। ଯେତେବେଳେ ୟୁଜର୍‌ ଆପ୍‌କୁ ପୁଣି ବ୍ୟବହାର କରିବେ ଏହାକୁ ପୁଣିଥରେ ଡାଉନ୍‌ଲୋଡ୍‌ କରିବା ପାଇଁ କେବଳ ଟ୍ୟାପ୍‌ କରିବାକୁ ପଡ଼ିବ। କେବଳ ସେତିକି ନୁହେଁ ଏହା ଡିଭାଇସ୍‌ରେ କ୍ଲାଉଡ୍‌ ଆଇକନ୍‌ ସହ ଆପ୍‌ର ଉପସ୍ଥିତି ମଧ୍ୟ ଚିହ୍ନଟ କରିବ।

ଅଟୋ-ଆର୍କାଇଭ୍‌ ଦ୍ୱାରା ୟୁଜର ଡିଭାଇସ୍‌ ଷ୍ଟୋରେଜ୍‌କୁ ଅତି ସହଜରେ ପରିଚାଳନା କରିପାରିବେ। ମୋବାଇଲ୍‌ରେ ଥିବା ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ କରିବାର ସମ୍ଭାବନା ମଧ୍ୟ କମ୍‌ ରହିବ। ଆଣ୍ଡ୍ରଏଡ୍‌ ୟୁଜର ପ୍ଲେ ଷ୍ଟୋର୍‌ରୁ ଆପ୍‌ ଇନ୍‌ଷ୍ଟଲ୍‌ କଲେ ଯେତେବେଳେ ଏହା ଅଧିକ ହୋଇଯାଏ ଡିଭାଇସ୍‌ରେ ଆଉ ଷ୍ଟୋରେଜ ନଥାଏ। ଏଭଳି ସ୍ଥିତିରେ ଅଟୋ-ଆର୍କାଇଭ୍‌ ଫିଚର ବ୍ୟବହାର କରିପାରିବେ।

ମୋବାଇଲ୍‌ରେ ଆର୍କାଇଭ୍‌ ଫିଚର ଆକ୍ଟିଭ୍‌ ହେବାପରେ ଡିଭାଇସ୍‌ରେ କେତେ ସ୍ପେସ୍‌ ରହିଛି ତାହା ଜଣାପଡ଼ିବ ଓ ଆପ୍‌ ଗୁଡ଼ିକୁ ଅଟୋମେଟିକ୍‌ ଭାବେ ଆର୍କାଇଭ୍‌ କରିଦେବ। ଯଦି ଆପ୍‌କୁ ପୁଣିଥରେ ଡାଉନ୍‌ଲୋଡ୍‌ କରିବେ ତା’ହେଲେ ତାହା ପୁଣି ପର୍ସନାଲ ଡାଟା ସେଭ୍‌ ହୋଇଯିବ।

Leave a Reply

Your email address will not be published. Required fields are marked *

Back to top button