କଟକର ସବୁ ହୋଟେଲ ଉପରେ ରହିବ ସିଏମ୍‌ସିର କଡା ନଜର : ସୁବାସ ସିଂ

କଟକ : ଭାଇଚାରାର ସହର କଟକରେ ଏକ ଲଜ୍ଜାଜନକ ଘଟଣା ଘଟିବ ପରେ ମେୟର ସୁବାସ ସିଂଙ୍କର ସଦବୁଦ୍ଧି ଉଦୟ ହୋଇଛି। ସେ କହିଛନ୍ତି ଏଣିକି କଟକର ସବୁ ହୋଟେଲ ଉପରେ ମହାନଗର ନିଗମ କଡା ନଜର ରଖିବ। ଯାଞ୍ଚ ହେବ କାଗଜପତ୍ର।

ଖବର ଅନୁଯାୟୀ କଟକ ମେୟର ସୁବାସ ସିଂ ଏପରି କହିବାର କାରଣ ହେଲା ଗତ ୨୦ ତାରିଖ ମଧ୍ୟରାତିରେ କଟକ ମଧୁପାଟଣା ଛକ ପଦ୍ମଜା ପ୍ରାଇଡ୍ ହୋଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ସେଥିପାଇଁ ମେୟର କହିଛନ୍ତି କଟକର ଇଜ୍ଜତ ଉପରେ ଆଞ୍ଚ ଆଣିବା ଭଳି କରାଯାଉଥିବା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ତେଣୁ ସମସ୍ତ ତାରକା ଓ ଅଣ ତାରକା ହୋଟେଲ ଗୁଡିକର ଯାଞ୍ଚ କରାଯିବ। ଆବଶ୍ୟକ କାଗଜପତ୍ର ନଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

Leave a Reply

Your email address will not be published. Required fields are marked *

Back to top button