କୋଇଲା ଖଣିରେ ଦୁର୍ଘଟଣା : ୨ ମୃତ, ୭ ଗୁରତର

ସୁନ୍ଦରଗଡ : ଗର୍ଜନବାହାଲରେ କୋଇଲା ଖଣିରେ ଦୁର୍ଘଟଣା। ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ଦୁଇଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ ଦୁର୍ଘଟଣାରେ ମୃତକ କର୍ମଚାରୀ ହେଲେ ଉମାକାନ୍ତ ପଟେଲ ଓ ଜଗଦୀଶ ଓରାମ। ଗୁରୁତରଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଥିବା କୁହାଯାଇଛି।