ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ୩୦୦ କୋଟି ଲାଞ୍ଚ ଘଟଣାରେ ସିବିଆଇ ସମନ କରିଛି। ସତ୍ୟପାଲ ରାଜ୍ୟପାଳ ଥିବା ସମୟରେ ଅଭିଯୋଗ କରିଥିଲେ ଦୁଇଟି ଫାଇଲ୍ ପାସ୍ କରାଇବା ପାଇଁ ତାଙ୍କୁ ଲାଞ୍ଚ ଯଚାଯାଇଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ସମନ କରିଥିବା ଜଣାପଡିଛି।

ଗଣମାଧ୍ୟମକୁ ସତ୍ୟପାଲ କହିଛନ୍ତି ସିବିଆଇ ଏହି ମାମଲାରେ ମୋତେ ଡାକିଛି। ସେମାନେ କେସ୍ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ଚାହୁଁଛନ୍ତି। ସେଥିପାଇଁ ୨୭ କିମ୍ବା ୨୮ ତାରିଖରେ ହାଜର ହେବାକୁ ମୌଖିକ ଭାବେ ମୋତେ କହିଛନ୍ତି।

ସୂଚନାଯୋଗ୍ୟ ନିକଟରେ ସତ୍ୟପାଲ ମଲ୍ଲିକ ନିକଟରେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆକ୍ରମଣ ଓ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିଷୟରେ ଖୁଲାସା କରିଥିଲେ। ତେଣୁ ଚର୍ଚ୍ଚା ହେଉଥିଲା ତାଙ୍କ ବିରୋଧରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବେ। ଏବେ ତାଙ୍କୁ ସିବିଆଇ ସମନ କରିବା ପରେ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି।

Leave a Reply

Your email address will not be published. Required fields are marked *

Back to top button