ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ଵର : ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ମେ’ ୨୬ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ପ୍ରକ୍ରିୟା ଜାରି ରହିବ। ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଖବର ଅନୁଯାୟୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଏଥର ମାଟ୍ରିକ୍ ପରୀକ୍ଷା ଢାଞ୍ଚା ବଦଳିବ। ପୂର୍ବପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ଦୁଇଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ। କେବଳ ଦଶମରେ ବାର୍ଷିକ ପରୀକ୍ଷା ହେବ। କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ୪ଟି କ୍ୱାର୍ଟରରେ ହେବ ଏହି ପରୀକ୍ଷା। ସେ କହିକନ୍ତି ନବମ ପାଇଁ ବାର୍ଷିକ ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। କରୋନା ପାଇଁ ସମେଟିଭ ବ୍ୟବସ୍ଥା ହୋଇଥିଲା। କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।