ଚନ୍ଦ୍ର ଦକ୍ଷିଣ ମେରୁର ତାପମାତ୍ରା ନେଇ ନୂଆ ତଥ୍ୟ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ-୩ ମିଶନର ରୋଭର ଚନ୍ଦ୍ରର ଦକ୍ଷିଣ ମେରୁର ମାଟିର ଅନୁସନ୍ଧାନ ଆରମ୍ଭ କରିଛି। ରବିବାର ଇସ୍ରୋ ଏ ନେଇ ଟୁଇଟ୍ କରି ସୂଚନା ଦେଇଛି।

ଖବର ଅନୁଯାୟୀ ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରଯାନ-୩ ପ୍ରଥମ ଥର ସଫ୍ଟ ଲ୍ୟାଣ୍ଡିଂ କରିଥିବାରୁ ଦକ୍ଷିଣ ମେରୁ ଚାରିପଟେ ଚନ୍ଦ୍ର ମାଟିର ତାପମାତ୍ରା ପ୍ରୋଫାଇଲିଂ କରାଯାଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଗ୍ରାଫରେ ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି।

ଚନ୍ଦ୍ରପୃଷ୍ଠର ଥର୍ମାଲ ଆଚରଣକୁ ବୁଝିବା ପାଇଁ ଚାଷ୍ଟେ (ଚନ୍ଦ୍ର ସରଫେସ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ) ପେଲୋଡ୍ ଚନ୍ଦ୍ରର ଉପର ମାଟିର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ଏକ ତାପମାତ୍ରା ପରୀକ୍ଷଣ ଉପକରଣ ରହିଛି ଯାହା ପୃଷ୍ଠରୁ ୧୦ ସେଣ୍ଟିମିଟର ଗଭୀରତାରେ ପହଞ୍ଚିବାରେ ସକ୍ଷମ। ଚାଷ୍ଟେରେ ୧୦ଟି ଅଲଗା ଅଲଗା ପ୍ରକାରର ସେନସର ଲାଗିଛି।

Leave a Reply

Your email address will not be published. Required fields are marked *

Back to top button