ନନ୍ଦନକାନନ ରୋପୱେ ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଭୁବନେଶ୍ଵର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବ ନିର୍ମିତ ରୋପୱେର ୩୩ କେଭି ଟ୍ରାନ୍ସଫର୍ମରର ଫାଟି ତିନିଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ ଓ ରୋପୱେ ସଂସ୍ଥାର ଦୁଇଜଣ ଶ୍ରମିକ ସୋମୁ ବାନାର୍ଜୀ, ରାମଲଳିତ ସାହା।
ଖବର ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନରେ ଘଟିଛି ଏହି ଅଘଟଣ। ମରାମତି ସମୟରେ ଟ୍ରାନ୍ସଫର୍ମର ଫାଟି ଯିବାରୁ ଗରମ ତେଲ କର୍ମଚାରୀଙ୍କ ଉପରକୁ ଛିଟିକି ପଡିଥିଲା। ପ୍ରଥମେ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାର ଅନୁଧ୍ୟାନ କରି କହିଛନ୍ତି ତୃଟିପୂର୍ଣ୍ଣ ସଂଯୋଗ ପାଇଁ ଏପରି ହୋଇଥାଇ ପାରେ।