ପାକିସ୍ତାନରେ ଲାଗୁପାରେ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହେବା ପରେ ଦେଶରେ ହିଂସା ବ୍ୟାପୁଛି। ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ପାକିସ୍ତାନ। ଏଭଳି ପରିସ୍ଥିତିରେ ଜରୁରୀ ପରିସ୍ଥିତି ଲଗାଇବାକୁ ସେଠା ସରକାର ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏନେଇ ବୈଠକ ଚାଲିଥିବା ବେଳେଜରୁରୀ ପରିସ୍ଥିତି ଲାଗୁହେଲେ ସେନା ହାତକୁ କ୍ଷମତା ଚାଲିଯିବ। ଯଦି ଏପରି ହୁଏ ତେବେ ସେନାର ଦମନଲୀଳା ବଢିବାର ସମ୍ଭାବନା ରହିଛି।

ପାକିସ୍ତାନରେ ସୃଷ୍ଟି ହୋଇଥିବା ଏସବୁ ଘଟଣା ଉପରେ ଭାରତ ତୀକ୍ଷଣ ନଜର ରଖିଛି। କାରଣ ଏହାର ପ୍ରଭାବ ସମଗ୍ର ଦକ୍ଷିଣ ଏସିଆର ଭୂ-ରାଜନୈତିକ ସ୍ଥିତି ଉପରେ ପଡ଼ିବ। ଅନ୍ୟପକ୍ଷରେ ପାକିସ୍ତାନରେ ସେନା ବିରୋଧରେ ଜନମତ ସୃଷ୍ଟି ହୋଇଛି। ସେଠାରେ ଚାପରେ ରହିଥିବା ସେନା ଲୋକଙ୍କ ନଜର ହଟାଇବାକୁ ଭାରତରେ ବଡ ଧରଣର ଆତଙ୍କବାଦୀ କାଣ୍ଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଭାରତୀୟ ସେନା, ଗୁଇନ୍ଦା ଏଜେନ୍ସିମାନେ ସକ୍ରିୟ ହୋଇଯାଇଛନ୍ତି।

ସେହିପରି ଭାରତ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଡ଼ୋଶୀ ଦେଶରେ ଦେଖାଦେଇଥିବା ଦୁର୍ବଳ ସ୍ଥିତି ଯୋଗୁ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର କ୍ୟାଡରମାନେ ପୁଣି ସକ୍ରିୟ ହୋଇପାରନ୍ତି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button