ପାହାଡ଼ପୁର ଗାଁ’ରେ ବହୁ ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମୟୂରଭଞ୍ଜର ପାହାଡପୁର ଗାଁରେ ନାବାଡ୍ ସହଯୋଗରେ ନିର୍ମିତ କମ୍ୟୁନିଟି ସେଣ୍ଟର, ଆଦିବାସୀ ବିକାଶ ପ୍ରକଳ୍ପ ଓ ଛତୁ ଚାଷ ଉପରେ ଜୀବିକା ପ୍ରକଳ୍ପକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ନାବାଡର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍ ଜେନେରାଲ ମ୍ୟାନେଜର ମଧ୍ୟ ଉପସ୍ଥିତଥିଲେ।

ଏହି ଅବସରରେ ଦେଶର ଦୂର ଅଞ୍ଚଳରେ କୃଷି ଓ ଗ୍ରାମୀଣ ବିକାଶରେ ନାବାଡର ଉଦ୍ୟମକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଶଂସା କରିଥିଲେ। ଏଥିସହ ଗ୍ରାମାଞ୍ଚଳରେ ସମାଗ୍ରୀକ ବିକାଶ ଆଣିବା ପାଇଁ ସରକାରୀ ଅଧିକାରୀ, ନାବାଡ୍, ବ୍ୟାଙ୍କ ଓ ଏନଜିଓ ପରସ୍ପର ମଧ୍ୟରେ ସହଯୋଗ ରଖିବାକୁ ସେ ଅପିଲ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କର ସଂସ୍ଥା ନାବାଡ ଦେଶର କୃଷି ଓ ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଛି। ପାହାଡପୁର ଗ୍ରାମରେ ହୋଇଥିବା ଆଦିବାସୀ ବିକାଶ ପ୍ରକଳ୍ପରେ ଗାଁ’ର ପ୍ରାୟ ୧୦୦ ପରିବାର ଲାଭବାନ ହେବେ। ଆଖପାଖର ଅନ୍ୟ ୪୦୦ ପରିବାର ମଧ୍ୟ ହେବେ ଉପକୃତ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାରର ଆୟ ଗୋଟିଏ ଏକର ଜମିରୁ ୧ ଲକ୍ଷ ଟଙ୍କା କରାଇବା। ସେହିପରି ଜୀବିକା ପ୍ରକଳ୍ପରେ ପାହାଡପୁର ଗାଁର ୯୦ ସ୍ୱୟଂ ସହାୟକ ମହିଳାଙ୍କୁ ସାମିଲ କରାଯାଇଛି । ନାବାଡ ପକ୍ଷରୁ ଏମାନଙ୍କୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ଏହା ପ୍ରକଳ୍ପ ଜରିଆରେ ମହିଳାଙ୍କୁ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button