ଫେବ୍ରୁଆରି ୨୦ରୁ ମାଟ୍ରିକ୍ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ (ବୋର୍ଡ) ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ତେବେ ଫର୍ମପୂରଣ ଚଳିତ ବର୍ଷ ଅକ୍ଟୋବର ମାସରେ କରାଯିବ।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଏକକାଳୀନ କରାଯିବ। ଖାତା ମୂଲ୍ୟାୟନ ୨୦୨୪ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇ ୧୨ ଦିନରେ ‌‌ଶେଷ କରାଯିବ। ମାଟ୍ରିକ୍ ଓ ମଧ୍ୟମା ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ କରାଯିବ। ପରୀକ୍ଷାର ପ୍ରଶ୍ନପତ୍ର ‌ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯିବ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ହାଇସ୍କୁଲମାନଙ୍କୁ ଯୋଗାଇ ଦିଆଯିବ। ପ୍ରଶ୍ନପତ୍ର ବିଦ୍ୟାଳୟରେ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ପହଞ୍ଚିବ। ପରୀକ୍ଷା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେବ। ସଂପୃକ୍ତ ବିଦ୍ୟାଳୟରେ ଏହାର ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

Back to top button