ବସ୍‌ ହକର୍‌ଙ୍କୁ ଗୋ‌ଡ଼ାଇ ଗୋ‌ଡ଼ାଇ ହାଣିଲେ

ବ୍ରହ୍ମପୁର : ଆଚାର୍ଯ୍ୟ ବିହାର ଅଂଚଳରେ ହତ୍ୟାକାଣ୍ଡ। ରାତି ପ୍ରାୟ ସାଢ଼େ ୯ଟାରେ ଜଣେ ବସ୍‌ ହକର୍‌ଙ୍କୁ ଦୁର୍ବୃତ୍ତ ଗୋ‌ଡ଼ାଇ ଗୋ‌ଡ଼ାଇ ହାଣିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ବ୍ରହ୍ମପୁର ଫାଷ୍ଟଗେଟ୍ ଡୁଡୁମା କଲୋନି ନିକଟ ଆଚାର୍ଯ୍ୟ ବିହାର ଅଂଚଳର ସନାତନ ଚୌଧୁରୀଙ୍କୁ ହତ୍ୟା କରାଯାଇଛି। ସେ ବସ୍‌ ହକର୍‌ ଭାବେ କାମ କରୁଥିଲେ। କାମସାରି ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରଯାଇଥିଲା। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁ ସନାତନର ମୃତ୍ୟୁ ଘଟିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପହଁଚିବା ସହିତ ରକ୍ତ ଜୁଡ଼ୁବୁଡ଼ୁ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button