ବିଜୁସେତୁ ଭୁଷୁଡିବା ଘଟଣାରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ସେତୁ ଭୁଷୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ। ଜାତୀୟ ମାନବ ଅଧିକାର କମିସନ୍ ରାଜ୍ୟ ସରକାରଙ୍କୁ ଦାୟୀକରି ଏହି ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୨୧ ମସିହା ଜାନୁଆରି ୧୦ ତାରିଖରେ ନାଗି ନଦୀର ଜାନିଗୁଡା-ତଳପଦର ରାସ୍ତାରେ ବିଜୁ ସେତୁ ଯୋଜନାରେ ନିର୍ମିତ ବ୍ରିଜ୍ ଭୁଷୁଡି ପଡିଥିଲା। ଏହି ଘଟଣାରେ ମହେନ୍ଦ୍ର ମାଳି ନାମକ ଜଣେ ଶ୍ରମିକ ପ୍ରାଣ ହରାଇଥିବ ବେଳେ ପ୍ରକାଶ କାଣ୍ଡି, ରମେଶ ଭୋଇ, ସନ୍ତୋଷ ଭୋଇ ଓ ଅନ୍ୟ ଆଠ ଜଣ ଆହତ ହୋଇଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣାଘଟି ଜଣଙ୍କର ମୃତ୍ୟୁ ଓ ଅନ୍ୟମାନେ ଆହତ ହୋଇଛନ୍ତି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଇନଜୀବୀ ଅଖଣ୍ଡ ନୂଆଦିଲ୍ଲୀସ୍ଥ ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ୧୧ ତାରିଖରେ ପିଟିସନ୍ ଦାୟର କରିଥିଲେ।

Leave a Reply

Your email address will not be published. Required fields are marked *

Back to top button