ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ

ଅମେଥି : ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ସମାଜବାଦୀ ପାର୍ଟି ବିଧାୟକ। ଥାନାରେ ସମ୍ମୁଖରେ ମୁଥା ଚାପୁଡ଼ା ମାଡ ହେଉଥିଲେ ହେଁ ଏହାକୁ ରୋକିବାକୁ ନାକେଦମ ହେଲା ପୋଲିସ।

ଖବର ଅନୁଯାୟୀ ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ଅମେଥି ଜିଲ୍ଲା ଗୌରିଗଞ୍ଜ କୋତୱଲି ଥାନା ସମ୍ମୁଖରେ। ସପା ନେତା ରାକେଶ ପ୍ରତାପ ସିଂହ ତାଙ୍କ ସମର୍ଥକମାନେ ବିଜେପି ନେତ୍ରୀଙ୍କ ସ୍ୱାମୀ ଦୀପକ ସିହଂଙ୍କୁ ମାଡ଼ ମାରିଥିଲେ। ଏହାର ଭିଡିଓ ରେକର୍ଡିଂ କରିଥିଲେ ପ୍ରତ୍ୟକ୍ଷଦର୍ଶୀ। ରାକେଶ କହିଛନ୍ତି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେ ଥାନାରେ ଧାରଣା ଦେଉଥିବା ବେଳେ ଦୀପକ ସିଂହ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିଥିଲେ। ହେଲେ ପୋଲିସ କହିଛି ଘଟଣାକୁ ହାଲକା ଭାବେ ନିଆଯିବ ନାହିଁ। ଉଭୟ ପକ୍ଷର ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

Leave a Reply

Your email address will not be published. Required fields are marked *

Back to top button