କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପରିବା ପଲିଥିନ ଟାଙ୍ଗିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ପରିବା ଦର ଏବେ ଆକାଶଛୁଆଁ। ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଟପିଛି। ଆଜି ଛାତ୍ର କଂଗ୍ରେସ ଏହାର ପ୍ରତିବାଦରେ କରିଛି ଶସ୍ତାରେ ପରିବା ବିକ୍ରି। ଏହି ବିକ୍ରୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ବାସଭବନ ସାମ୍ନାରେ କରାଯାଇଛି। ଟମାଟୋ କିଲୋପିଛା ୫୦ ଟଙ୍କା, ବାଇଗଣ ୩୦ଟଙ୍କା, ପୋଟଳ ୫୦ ଟଙ୍କା, ଅଦା ୭୦ ଟଙ୍କା, ବିନ୍ସ ୫୦ ଟଙ୍କା, ଲଙ୍କା ୫୦ ଟଙ୍କା ଓ ସାରୁ କିଲୋ ପିଛା ୩୦ ଟଙ୍କା ଦରରେ ବିକ୍ରି କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ।

ଖବର ଅନୁଯାୟୀ ଛାତ୍ର କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗେଟ୍ ଆଗରେ ବିକ୍ରି ପାଇଁ ଉଦ୍ଦିଷ୍ଟ ପରିବା ପଲିଥିନକୁ ଟାଙ୍ଗିଥିବା ଦେଖାଯାଇଥିଲା। ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଲାଗିଥିଲା ଗହଳି। କମ୍ ଦରରେ ପରିବା କିଣି ଗ୍ରାହକ ମଧ୍ୟ ବେଶ୍ ଖୁସି। ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button