ବ୍ରିଟେନ୍ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବଙ୍କ ଇସ୍ତଫା

ଲଣ୍ଡନ : ଇସ୍ତଫା ଦେଇଛନ୍ତି ବ୍ରିଟେନ୍ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ। ସେ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କ ବିରୋଧରେ ରିପୋର୍ଟ ଆସିବାରୁ ଆଜି ଇସ୍ତଫା ଦେଇଥିବା ଟ୍ୱିଟ୍ କରି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଡୋମିନିକ୍ ରାବ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି କର୍ତ୍ତବ୍ୟ ଦୃଷ୍ଟିରୁ ଯାଞ୍ଚର ପରିଣାମକୁ ଗ୍ରହଣ କରିବାକୁ ବାଧ୍ୟହେଉଛି। ମୋ ବିରୋଧରେ ଲଗାଯାଇଥିବା ଅଭିଯୋଗରୁ ଦୁଇିଟିକୁ ଛାଡ଼ି ଦେଲେ ସବୁ ଅଭିଯୋଗକୁ ଖାରଜ କରୁଛି। ମୁଁ ସବୁ ସମୟରେ ପେଷାଗତ ବ୍ୟବହାର କରିଛି ବୋଲି ସେ କହିଛନ୍ତି।