ବୟସକୁ ନେଇ ସ୍କୁଲରେ ନାମଲେଖା ଦ୍ୱନ୍ଦ୍ଵ

ଭୁବନେଶ୍ଵର : କେତେ ବୟସରୁ ପ୍ରଥମ ଶ୍ରେଣୀରେ ସ୍କୁଲରେ ନାମଲେଖା। ଏହାକୁ ନେଇ ପ୍ରାଥମିକ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ। ପିଲାଙ୍କୁ ପାଞ୍ଚ ନା ୬ ବର୍ଷ ପରେ ପ୍ରଥମ ଶ୍ରେଣୀରେ ନାମଲେଖାଯିବ ତାକୁ ନେଇ ସୃଷ୍ଟି ହୋଇଛି।
ଖବର ହେଲା ପିଲାମାନେ ପ୍ରଥମେ ଅଙ୍ଗନୱାଡି ଓ ପରେ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଏ । କିନ୍ତୁ ନୂଆ ଶିକ୍ଷାନୀତି ନିର୍ଦ୍ଦେଶାନାମା ଅନୁସାରେ ୬ବର୍ଷ ପୂରିଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ। ହେଲେ ସୁଦ୍ଧା ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନଥିବାରୁ ଶିକ୍ଷକ ଦ୍ୱନ୍ଦ୍ୱରେ ରହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ପିଲାଙ୍କୁ ପାଞ୍ଚବର୍ଷ ନା ୬ବର୍ଷ ପରେ ପ୍ରଥମ ଶ୍ରେଣୀରେ ନାମଲେଖାଯିବ ତାହା ଏବେ ସ୍ପଷ୍ଟ ହୋଇପାରୁନାହିଁ।
ସୂଚନାଯୋଗ୍ୟ ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମଶ୍ରେଣୀ ପିଲାଙ୍କ ନାମଲେଖାନେଇ ଭିନ୍ନ ଭିନ୍ନ ନିୟମ ରହିଛି। ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ର, ତାମିଲନାଡୁ ଓ ତେଲେଙ୍ଗାନାରେ ସର୍ବନିମ୍ନ ବୟସ ୫ ବର୍ଷ ରହିଥିବା ବେଳେ ୟୁପି, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ସର୍ବନିମ୍ନ ବୟସ ରହିଛି ୫ ବର୍ଷ ୬ ବର୍ଷ।