ଭତ୍ତା ନେବାକୁ ଆସିଥିବା ବୃଦ୍ଧାଙ୍କର ଗାଡି ଧକ୍କାରେ ଜୀବନ ଗଲା

ଜୟପୁର : ଦୁଃଖଦ ଘଟଣା। ଭତ୍ତା ପାଇଁ ଆସିଥିବା ବୃଦ୍ଧାଙ୍କର ଗାଡି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆମ୍ବାଗୁଡା ଉତ୍କଳ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଆମ୍ବାଗୁଡା ପଞ୍ଚାୟତ କଚିଆକନାଡି ଗାଁର ୬୮ବର୍ଷୀୟ ମୁକ୍ତା ମୁସ୍କା ଭତ୍ତା ଟଙ୍କା ଉଠାଇବାକୁ ୩ କିଲୋମିଟର ଚାଲି ଚାଲି ବ୍ୟାଙ୍କ ଆସିଥିଲେ। ଜାତୀୟ ରାଜପଥ ୨୬ ଅତିକ୍ରମ କରୁଥିବା ବେଳେ ଗୋଟିଏ ଭ୍ୟାନ୍ ତାଙ୍କୁ ଧକ୍କା ଦେବାରୁ ସେ ଦୁରକୁ ଛିଟକି ପଡ଼ିଥିଲେ। ଲୋକେ ତାଙ୍କୁ ଉଦ୍ଧାର କରି ରାବଣାଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ଟଙ୍କା ଦିଆଯାଉଥିବାରୁ ବୃଦ୍ଧ/ବୃଦ୍ଧାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଭତ୍ତା ପାଇଁ ଆସି କାହାରି ଜୀବନ ଯାଉଥିବା ଖବର ମଧ୍ୟ ମିଳୁଛି।

Leave a Reply

Your email address will not be published. Required fields are marked *

Back to top button