ଆଗର୍ଦା ଗାଁ’ରେ ଗୋଷ୍ଠୀ ସଂଘର୍ଷ : ୧୦ ଆହତ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତର ଆଗର୍ଦା ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଥିବା ବେଳେ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଗର୍ଦା ଗାଁ’ର ଦୁଇଗୋଷ୍ଠୀ ମଧ୍ୟରେ କିଛିଦିନ ତଳେ ଗଣ୍ତଗୋଳ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ କେତେଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଥାନାରେ ମାମଲା ହୋଇଥିଲା। ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ବିଭିନ୍ନ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନକୁ ସାଇଁକୁଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଲକ ଯେନା, ସଂଜୟ ଯେନା, ଡାହାଣୀ ଯେନା, ଟିମା ଯେନା ଓ ଝିଅ ପୂର୍ଣ୍ଣିମା ଜେନାଙ୍କ ଅବସ୍ଥା ଗୁରୁତର ରହିଛି। ଡାହାଣୀ ଯେନାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ରାମଚନ୍ଦ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ ଦୁଇଟି ମାମଲା ରୁଜୁକରି ଗୋଟିଏ ଗୋଷ୍ଠୀରୁ ୬ଜଣ ଓ ଅନ୍ୟ ଗୋଷ୍ଠୀରୁ ୪ଜଣଙ୍କୁ ଗିରଫ କରାଯାଇଥିବା ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ‌ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button