ମାରୁତି ଅଲଟୋ ୮୦୦ କାର ଉତ୍ପାଦନ ବନ୍ଦ

ନୂଆଦିଲ୍ଲୀ : ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ମାରୁତି ସୁଜୁକିର ଲୋକପ୍ରିୟ କାର ଅଲଟୋ ୮୦୦ ଉତ୍ପାଦନ ବନ୍ଦ। କମ୍ପାନୀ ଏହା ବଦଳରେ ଅଲଟୋ କେ-୧୦ ଉପରେ ଅଧିକ ଫୋକସ କରିବ।
ଖବର ଅନୁଯାୟୀ ୨୦୦୦ ମସିହାରେ ପ୍ରଥମ ମାରୁତି ସୁଜୁକି ଅଲଟୋ ୮୦୦ ଲଞ୍ଚ ହୋଇଥିଲା। ଏହି କାର୍ କମ୍ ଦାମ ସହିତ ଭଲ ମାଇଲେଜ୍ ଦେଉଥିଲା । ବିକ୍ରି ଦୃଷ୍ଟିରୁ ରହିଥିଲା ସମସ୍ତଙ୍କ ଆଗରେ। ଭାରତର ମଧ୍ୟବିତ୍ତ ପରିବାର ପାଇଁ ଏହାଥିଲା ଗ୍ରହଣୀୟ।
ମାରୁତି ସୁଜୁକି ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶାଙ୍କ ଶ୍ରୀବାସ୍ତବ ସୂଚନା ହେଲା ଏଣ୍ଟ୍ରି ଲେଭେଲ ସେଗମେଣ୍ଟରେ ଅଲଟୋ ୮୦୦ ବିକ୍ରିର ଚାହିଦା ଗତ କିଛି ବର୍ଷ ହେବ ହ୍ରାସ ଘଟିଚାଲିଥିଲା। ଏହାଛଡ଼ା ଅଲଟୋ କେ-୧୦ର ଚାହିଦା ବୃଦ୍ଧି ପାଇଛି। ଏସବୁକୁ ଦୃଷ୍ଟିରେ ରଖି ଅଲଟୋ ୮୦୦ର ଉତ୍ପାଦନ ବନ୍ଦ କରାଯାଇଛି।