ରୁଷ-ୟୁକ୍ରେନ ଯୁଦ୍ଧରେ ୯୦୦୦ ମୃତ

କିବ୍ : ରୁଷ-ୟୁକ୍ରେନ ଯୁଦ୍ଧ ଗତବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଚାଲିଥିବା ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ଦେଖାଯାଉନି। କିନ୍ତୁ ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକଙ୍କର ମୃତ୍ୟୁ ହୋତିବା ବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଛନ୍ତି। ଅନେକ ବାସହୀନ ଓ ଜୀବିକା ହରାଇଛନ୍ତି।

ଖବର ଅନୁଯାୟୀ ରୁଷର ଯୁଦ୍ଧ ଯୋଗୁଁ ୟୁକ୍ରେନରେ ବେସାମରିକ କ୍ଷୟକ୍ଷତିକୁ ଜାତିସଂଘ ନିନ୍ଦା କରିଛି। ଜାତିସଂଘ କହିଛି ଲଢ଼େଇ ୫୦୦ ଦିନରୁ ଅଧିକ ହୋଇଥିଲେ ମଧ୍ୟ ଅନ୍ତ ଦେଖାଯାଉନାହିଁ। ୟୁକ୍ରେନରେ ଜାତିସଂଘ ମାନବାଧିକାର ମନିଟରିଂ ମିଶନ (ଏଚଆରଏମଏମୟୁ) ଏକ ବିବୃତିରେ କହିଛି ୨୦୨୨ ଫେବ୍ରୁଆରି ୨୪ରେ ରୁଷିଆର ଆକ୍ରମଣ ପରେ ୫୦୦ ଶିଶୁଙ୍କ ସମେତ ୯୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ। କେବଳ ସେତିକି ନୁହେଁ ଆମେ ଯୁଦ୍ଧର ଆଉ ଏକ ଗମ୍ଭୀର ମାଇଲଖୁଣ୍ଟ ଚିହ୍ନଟ କରିଛୁ ଯାହା ୟୁକ୍ରେନର ନାଗରିକଙ୍କ ଉପରେ ଭୟଙ୍କର ପ୍ରଭାବ ପକାଉଛି ବୋଲି କହିଛନ୍ତି ଏଚ୍ଆରଏମଏମୟୁର ଉପମୁଖ୍ୟ ନୋଏଲ କାଲହୁନ। ୨୦୨୨ ତୁଳନାରେ ଚଳିତବର୍ଷ ମୃତ୍ୟୁ ସଂଖ୍ୟା କମ୍ ଥିବା ବେଳେ ମେ’ ଓ ଜୁନ୍ ମାସରେ ଏହି ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button