ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଓଡ଼ିଶା ଉଚ୍ଚ ନ୍ୟାୟଳୟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଏଥିରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଜବାବ ଦାଖଲ କରିବାକୁ କୁହାଯାଇଛି।

ଖବର ଅନୁଯାୟୀ ରାଜ୍ୟ ସରକାର ଇନକ୍ୱାରୀ ଅଫ୍ କମିଶନ ଆକ୍ଟ ଫଲୋ କରିନାହାନ୍ତି। ଜଷ୍ଟିସ ରଘୁବୀର ଦାସ କମିଶନ ୨୦୧୮ ନଭେମ୍ବରରୁ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିଲେ। ଏହାସତ୍ତ୍ୱେ ସରକାର କାହିଁକି ଏହାକୁ ସାର୍ବଜନୀନ କରୁ ନାହାନ୍ତି। ସମାଜସେବୀ ଦିଲ୍ଲୀପ ବରାଳ ଏନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାମଲାକୁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ପରିଚାଳନା କରିଛନ୍ତି।

ସୂଚନଯୋଗ୍ୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବସିଥିଲା ତଦନ୍ତ କମିସନ। ଜଷ୍ଟିସ୍‌ ରଘୁବୀର ଦାସ କମିସନ ୨୦୧୮ ନଭେମ୍ବର ୩୦ରେ ରାଜ୍ୟ ସରକାରଙ୍କ ଆଇନ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। ଏ ବାବଦକୁ ରାଜ୍ୟ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ସରକାର ଖର୍ଚ୍ଚ କରିଥିଲେ ହେଁ ରିପୋର୍ଟ ସାର୍ବଜନୀନ ହୋଇପାରିନି।

Leave a Reply

Your email address will not be published. Required fields are marked *

Back to top button