ରାୟଗଡ଼ା କଲର୍ଭଟ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ଵର : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ନିର୍ମାଣାଧୀନ କଲର୍ଭଟ ଭାଙ୍ଗିଯିବା ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ସୋମବାର ସକାଳେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଉପରସଜା ଗାଁଠାରେ ନିର୍ମାଣାଧୀନ କଲର୍ଭଟ ଭାଙ୍ଗିଯିବାରୁ ୪ଜଣ ଶିଶୁଙ୍କ ସମେତ ମୋଟ ୫ଜଣଙ୍କ ମୃତ୍ୟୁ ହୋଇଛି। ପିଲାମାନେ ସକାଳେ କଲର୍ଭଟ ନିକଟରେ ଗାଧେଉଥିବାବେଳେ ବର୍ଷା ଜଳରେ କଲର୍ଭଟଟି ଭୁଷୁଡ଼ି ପଡ଼ିଥିଲା।