ଅସଦାଚରଣ ମାମଲା ସମାଧାନ ପାଇଁ ଅରାଜି ହେବାରୁ ପୀଡ଼ିତାଙ୍କ ମା’ଙ୍କୁ ନିର୍ବସ୍ତ୍ର କରି ଭାଇକୁ ହତ୍ୟା

ସାଗର : ଅସଦାଚରଣ ମାମଲାକୁ ଚପାଇ ଦେବାକୁ ପୀଡ଼ିତାଙ୍କ ମା’ଙ୍କୁ ନିର୍ବସ୍ତ୍ର କରି ଭାଇକୁ ହତ୍ୟା। ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଥିବା ବେଳେ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ଖବର ଅନୁଯାୟୀ କିଛିଦିନ ତଳେ ମୃତକଙ୍କ ଭଉଣୀଙ୍କ ସହ ଅଭିଯୁକ୍ତମାନେ ଅସଦାଚରଣ କରିଥିଲେ। ପୀଡ଼ିତାଙ୍କ ପରିବାର ଏନେଇ ଅଭିଯୋଗ କରିବାରୁ ମାମଲାର ସମାଧାନ କରି ଅପରାଧକୁ ଚପାଇବାକୁ ଚାହୁଥିଲେ ଅଭିଯୁକ୍ତ। ପୀଡ଼ିତାଙ୍କ ପରିବାର ଲୋକ ରାଜି ନହେବାରୁ ଅଭିଯୁକ୍ତମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ୮ଜଣଙ୍କୁ ପୋଲିସ କରିସାରିଛି।

ପୀଡ଼ିତାଙ୍କ କହିଛନ୍ତି ଅସଦାଚରଣ ନେଇ ଅଭିଯୋଗ କରିବାରୁ ଅଭିଯୁକ୍ତମାନେ ଘରକୁ ଆସି ଆମକୁ ଅଭିଯୋଗ ଫେରାଇ ନେବାକୁ କହିଥିଲେ। ମା’ ମନା କରିବାରୁ ସେମାନେ ଆମକୁ ହତ୍ୟା ଧମକ ଦେଇଥିଲେ। ଗୁରୁବାର ଭାଇ ପରିବା କିଣିବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମା’ ଅଭିଯୁକ୍ତଙ୍କୁ ଅଟକାଇବାକୁ ଯିବାରୁ ତାଙ୍କୁ ନିର୍ବସ୍ତ୍ର କରି ମାଡ଼ ମରାଯାଇଥିଲା। ମୁଁ ଭାଇ ଓ ମା’କୁ ଛାଡ଼ି ଦେବାକୁ କହିବାରୁ ‌କିଛି ଅଭିଯୁକ୍ତ ମୋତେ ଦୁଷ୍କର୍ମ କରିବାର ଧମକ ଦେଇ ଗୋଡ଼ାଇଥିଲେ। ହେଲେ ମୁଁ ଜଙ୍ଗଲକୁ ଯାଇ ଲୁଚି ଯାଇଥିଲି। ପରେ ସେମାନେ ମୋ ଭାଇ ଓ ମା’ଙ୍କୁ ମାଡ଼ ମାରିବାରୁ ଭାଇ ଅଚେତ ହୋଇଯାଇଥିଲା। ପରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବା ବେଳେ ସେଠାରେ ୭୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ହେ‌ଲେ କେହି ଆମକୁ ସାହାଯ୍ୟ କଲେ ନାହିଁ।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କିଛି କରିବା ପରିବର୍ତ୍ତେ ସରକାର କେବଳ ଦଳିତଙ୍କ ପାଦ ଧୋଇ ଅପରାଧ ଲୁଚାଉଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button