କମ୍ପ୍ୟୁଟର ଓ ଲାପ୍‌ଟପ୍ ଆମଦାନିରେ ତତ୍କାଳ ପ୍ରତିବନ୍ଧକ ଲଗାଯିବନି

ନୂଆଦିଲ୍ଲୀ : ବିଦେଶରୁ ଆମଦାନି କରାଯାଉଥିବା କମ୍ପ୍ୟୁଟର, ଲାପଟପ୍, ଟାବଲେଟ୍, ଅଲ-ଇନ୍-ୱାନ୍ ପର୍ସନାଲ୍ କମ୍ପ୍ୟୁଟର, ଛୋଟ ଆକୃତିର ଲାପ୍‌ଟପ୍ ଓ ସର୍ଭର ଉପରେ ତତ୍କାଳ ପ୍ରତିବନ୍ଧକ ଲଗାଯିବ ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ଦିଆଯିବ।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି କଟକଣାକୁ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟାନ୍ତରଣ ସମୟ ଆସିବ। ଖୁବ ଶୀଘ୍ର ଏ ସମ୍ପର୍କରେ ସୂଚିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟୁଇଟ୍‌ରେ କହିଛନ୍ତି। ଲାପ୍‌ଟପ୍, ଟାବ‌ଲେଟ୍‌, ପର୍ସନାଲ୍ କମ୍ପ୍ୟୁଟର ଆମଦାନି ଉପରେ କଟକଣା ଜାରି କରାଯିବାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button