ଷଣ୍ଢ ପିଠିରେ ସବାର ମଦ୍ୟପ ଯୁବକର ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ମଦନିଶା କ’ଣ କରିନପାରେ। ତାହା ରିଷିକେଶର ତପୋବନ ଅଞ୍ଚଳରେ ଦେଖିବାକୁ ମିଳିଛି। ବୁଲା ଷଣ୍ଢ ପାଖଦେଇ ଯିବାକୁ ଲୋକେ ଭୟ କରନ୍ତି। କିନ୍ତୁ ଜଣେ ମଦ୍ୟପ ଯୁବକ ଷଣ୍ଢ ପିଠିରେ ସବାର ହୋଇ ରାସ୍ତାରେ ଦୌଡ଼ିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

ଖବର ଅନୁଯାୟୀ ଯୁବକଜଣକ ମଦ ନିଶାରେ ପୁରା ମାତାଲ। ଟଳମଳ ହେଉଥିଲେ ମଧ୍ୟ ଷଣ୍ଢ ପିଠିରେ ବସି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ଅବସ୍ଥାରେ ତାଙ୍କୁ ଦେଖୁଥିବା ଭୟଭୀତ ହୋଇ ଯାଉଥିଲେ। କାରଣ ଷଣ୍ଢ ଆଘାତ କରିବାର ସମ୍ଭାବନା ଯୁବକ କାହାପିଠିରେ ବସିଛନ୍ତି ନିଶାରେ ଜାଣି ପାରୁନଥିଲେ। ତାଙ୍କର ଷଣ୍ଢ ବସିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଉତ୍ତରାଖଣ୍ଡ ପୋଲିସ୍‌ ସୂଚନା ଅନୁଯାୟୀ ମଇ ୫ ତାରିଖରେ ଭିଡିଓଟି ରିଷିକେଶର ତପୋବନ ଅଞ୍ଚଳରେ ଉତ୍ତୋଳନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button