୭ରୁ ୯ କାଳ ବୈଶାଖୀ : ଉପକୁଳରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୭ରୁ ଓଡିଶା ଉପରେ ଜଳୀୟବାଷ୍ପର ପ୍ରଭାବ ରହିବା ଯୋଗୁ ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହେବ। ୭ରୁ ୯ ତାରିଖ ଯାଏଁ କାଳବୈଶାଖୀ ଜନିତ ବର୍ଷା ଜାରୀ ରହିବ। ତେବେ ପାଣିପାଗ ବିଶେଷଜ୍ଞଙ୍କ ମତ ବାରମ୍ବାର କାଳବୈଶାକୀ ଜନିତ ବର୍ଷା ମୌସୁମୀକୁ ଦୁର୍ବଳ କରୁଛି। ମାର୍ଚ୍ଚରୁ ଜୁନ ଷ୍ଟ୍ରଙ୍ଗ ହିଟ୍ ରହିଲେ ମୌସୁମୀ ସ୍ଥଳଭାଗ ମୁହାଁ ହେବ।
ଅନ୍ୟପକ୍ଷରେ ପାଣିପାଗ ବିଭାଗ ୭ରୁ ଉପକୁଳ ଓଡ଼ିଶାରେ ବର୍ଷା ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି। ୭ ଓ ୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି,ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ପାଇଁ ଦିଆଯାଇଛି ସତର୍କ ସୂଚନା।