୨୬ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଶାହରୁଖ ପୁଅ ଆର୍ଯ୍ୟନ

ମୁମ୍ବାଇ : ବଲିଉଡ୍‌ ଷ୍ଟାର୍ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଅକ୍ଟୋବର ୨୬ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ରହିବେ। କାରଣ ତାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତା ୨୬ରେ ଶୁଣାଣି ହେବ।

ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟ ବୁଧବାର ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ମଙ୍ଗଳବାର ଏହା ଉପରେ ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ସକାଳେ ଆର୍ଥର ରୋଡ୍‌ ଜେଲ୍‌ରେ ପୁଅ ଆର୍ଯ୍ୟନଙ୍କୁ ଭେଟିଛନ୍ତି ଶାହରୁଖ। ସାକ୍ଷାତକାର ପ୍ରକୋଷ୍ଠରେ ସେ ପ୍ରାୟ ୧୫ ମିନିଟ୍ ଧରି ପୁଅ ସହିତ ଇଣ୍ଟରକମ୍‌ରେ କଥାବାର୍ତ୍ତା ହୋଇଥିଲେ। ସେଠାରେ ଜେଲ୍‌ କର୍ମଚାରୀ ଥିଲେ ଉପସ୍ଥିତ। ଆର୍ଯ୍ୟନଙ୍କୁ ଦେଖିବା ପରେ ଶାହରୁଖଙ୍କ ଆଖିରେ ଲୁହ ଆସିଯାଇଥିଲା। ପ୍ରଥମେ ଆର୍ଯ୍ୟନ କିଛି ଖାଇଛନ୍ତି କି ନାହିଁ ବୋଲି ସେ ପଚାରିଥିଲେ। ଉତ୍ତରରେ ଆର୍ଯ୍ୟନ ମୁଣ୍ଡ ହଲାଇ ନାଁ ବୋଲି କହିବାରୁ ଶାହରୁଖ ଜେଲ ଅଧିକାରୀଙ୍କୁ ପଚାରିଥିଲେ ଆମେ କିଛି ଖାଇବାକୁ ଦେଇ ପାରିବୁ କି ? ଏହା ଉପରେ ଜେଲ ଅଧିକାରୀ କହିଥିଲେ କୋର୍ଟଙ୍କ ନିର୍ଦ୍ଦେଶ ବିନା ସେ ଦେଇପାରିବେ ନାହିଁ। କିଛି ସମୟ‌ କଥା ହୋଇ ଶାହରୁଖ ଘରକୁ ଫେରିଥିଲେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button