ଯୁବତୀଙ୍କ ଜରିଆରେ ହନିଟ୍ରାପ୍ କରୁଥିଲା ବୁଖାରୀ

ଭୁବନେଶ୍ଵର : କଶ୍ମୀରୀର ଈଶାନ ବୁଖଶରୀକୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ମଙ୍ଗଳବାର ଠାରୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଆଜି ଦ୍ଵିତୀୟ ଦିନରେ ଏସ୍ଟିଏଫ୍କୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଆଉ ଜଣାପଡ଼ିଛି ଯୁବତୀମାନଙ୍କୁ ହନିଟ୍ରାପରେ ବ୍ୟବହାର କରୁଥଲା। ଯୁବତୀମାନଙ୍କ ସହିତ ଯୋଗାଯୋଗ ରଖିବାକୁ ନିଜେ କରିଥିଲା ମୋବାଇଲ୍ ଆପ୍।
ଖବର ଅନୁଯାୟୀ ଯେଉଁମାନେ ନ୍ୟୁଡକଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ବୁଖାରୀ ମୋଟା ଅଙ୍କର କମିସନ ନେଉଥିଲା। ଓଡ଼ିଶାର ଦୁଇଜଣ ଯୁବତୀଙ୍କ ସହ ସେ ସମ୍ପର୍କରେ ଥିଲା। ଏସବିଆଇ, ଜମ୍ମୁ କଶ୍ମୀର ବ୍ୟାଙ୍କ ସମେତ ୯ଟି ବ୍ୟାଙ୍କରେ ବୁଖାରୀର ରହିଥିବା ଆକାଉଂଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।