ପଶ୍ଚିମବଙ୍ଗ : ବିଜେପି ସାଂସଦଙ୍କ କାର୍ଯ୍ୟକ୍ରମରେ ପଥରମାଡ

କୋଲକାତା : ପଶ୍ଚିମବଙ୍ଗର ହାଓଡ଼ା ପରେ ହୁଗୁଲିରେ ଆଜି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଜେପିର ଶୋଭାଯାତ୍ରା ସମୟରେ ଅଗ୍ନିକାଣ୍ଡ ଓ ପଥରମାଡ ହୋଇଛି।

ଖବର ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ରାମନବମୀ ପରେ ହୁଗୁଲିରେ ଏକ କାର୍ଯ୍ୟକ୍ରମରେ ହିଂସାକାଣ୍ଡ ଘଟିବା ପରେ ଉତ୍ତେଜନା ଦେଖାଦେଇଛି। ହିଂସା ଆରମ୍ଭ ହେବାରୁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାକର୍ମୀ ଦିଲୀପ ଘୋଷଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। ଦିଲୀପ ଘୋଷ କହିଛନ୍ତି ଶୋଭାଯାତ୍ରା ସମୟରେ ମହିଳା ଓ ଶିଶୁମାନଙ୍କ ଉପରେ ପଥରମାଡ କରାଯାଇଥିଲା।

ସୂଚନାଯୋଗ୍ୟ ରାମ ନବମୀ ଦିନ ପଶ୍ଚିମବଙ୍ଗର ହାଓଡ଼ା ସହରର କାଜିପଡା ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା। ଅନେକ ଦୋକାନ ଓ ଅଟୋରିକ୍ସା ଭଙ୍ଗାରୁଜା ସହିତ ପୋଲିସ ଗାଡି ଏବଂ ଅନେକ କାରରେ ନିଆଁ ଲାଗିଯାଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ଓ ବଜରଙ୍ଗ ଦଳ ଭଳି ସଂଗଠନମାନେ ହିଂସାକାଣ୍ଡରେ ଜଡିତ।

Leave a Reply

Your email address will not be published. Required fields are marked *

Back to top button