ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ଗିରଫ

ଭୁବନେଶ୍ୱର : ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦଙ୍କ ଭାଇଜାଗସ୍ଥିତ ଘରେ ଚଢାଉ କରି ଗିରଫ କରିଛି। ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ଖବର ଅନୁଯାୟୀ ମଲ୍ଲା ବିଜୟ ପ୍ରସାଦଙ୍କ ବିରୋଧରେ ୧୨କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ଆଦି ୪ଟି ରାଜ୍ୟର ଶହ ଶହ ହିତାଧିକାରୀଙ୍କଠାରୁ ତାଙ୍କ ଦ୍ୱାରା ପରିଚାଳିତ କମ୍ପାନି ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ୍ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି କମ୍ପାନିର ସେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କ୍ରାଇମ୍ଇବ୍ରାଞ୍ଚ ଭୁବନେଶ୍ୱର ଓ କଟକରେ ହେଇଥିଵା ମାମଲା ଉପରେ ତଦନ୍ତ କରୁଛି।

କ୍ରାଇମ୍ଇବ୍ରାଞ୍ଚର ୫ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶକୁ ସୋମବାର ଦିନ ଯାଇଥିଲା। ସ୍ଥାନୀୟ ପୋଲିସ ସହାୟତାରେ ପୂର୍ବତନ ବିଧାୟକ ଏମ୍ ଭି ପ୍ରସାଦଙ୍କୁ ଗିରଫ କରିଵା ପରେ ସ୍ଥାନୀୟ କୋର୍ଟରେ ହଜାର କରିବା ପରେ ଆଜି ଓଡ଼ିଶା ଆଣି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲ୍‌ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ପ୍ରସାଦ ଆନ୍ଧ୍ରପ୍ରଦେଶର ଶିକ୍ଷା ତଥା କଲ୍ୟାଣକାରୀ ଭିତ୍ତିଭୂମି ବିକାଶ ନିଗମର ଅଧ୍ୟକ୍ଷ ତଥା ୱାଇଏସଆର୍ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା। ତାଙ୍କ ନାଁରେ ପୋଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *

Back to top button