ଖଗେଶ୍ଵର ପାତ୍ରଙ୍କ ଜାମିନ ଆବେଦନ ଖାରଜ

କଟକ : ଅର୍ଚ୍ଚନା ନାଗ ମାମଲାରେ ଅଭିଯୁକ୍ତ ଖଗେଶ୍ଵର ପାତ୍ରଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଖଗେଶ୍ଵରଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ବିରୋଧ କରାଯାଇଥିଲା। ଇଡି ତରଫରୁ ଦର୍ଶାଯାଇଥିଲା ଅର୍ଚ୍ଚନା ନାଗ ମାମଲାରେ କଳାଟଙ୍କା କାରବାରରେ ଖଗେଶ୍ଵରଙ୍କ ସଂପୃକ୍ତି ନେଇ ତଦନ୍ତରେ ପ୍ରମାଣ ମିଳିଛି।
ସୂଚନାଯୋଗ୍ୟ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ଵରଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ସ୍ଵତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଖଗେଶ୍ଵର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡିଛି।



























